ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଏପି ସିଂହ ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନର କ୍ଷତି ସମ୍ପର୍କରେ ବଡ଼ ଖୁଲାସା କରିଛନ୍ତି । ‘ଅପରେସନ ସିନ୍ଦୂର’ ରେ ପାକିସ୍ତାନର ୬ଟି ବିମାନ ଖସାଇଥିବା କହିଛନ୍ତି ଏପି ସିଂହ । ବେଙ୍ଗାଲୁରୁରେ ଆୟୋଜିତ ଏୟାର ଚିଫ୍ ମାର୍ଶାଲ୍ ଏଲ୍ ଏମ୍ କାତ୍ରେ ଲେକଚର୍ ସମୟରେ ସେ କହିଥିଲେ ଯେ ଅପରେସନ୍ ସିନ୍ଦୂର ଅଧୀନରେ, ଭାରତୀୟ ବାୟୁସେନାର ଏୟାର ଡିଫେନ୍ସ ସରଫେସ-ଟୁ-ଏୟାର ମିସାଇଲ୍ ସିଷ୍ଟମ୍ ପାକିସ୍ତାନର ୫ଟି ଲଢ଼ୁଆ ବିମାନ ଏବଂ ଗୋଟିଏ AWACS ବିମାନକୁ ଧ୍ୱଂସ କରିଥିଲା । ବାୟୁ ପ୍ରତିରକ୍ଷା ପ୍ରଣାଳୀ S-400 ଏକ ମହାନ କାମ କରିଛି । ଯାହା ଯୋଗୁଁ ପାକିସ୍ତାନ ଦ୍ୱାରା ଡ୍ରୋନ୍ ଆକ୍ରମଣ ଆମକୁ ପ୍ରଭାବିତ କରି ପାରିନାହିଁ ବୋଲି ସେ କହିଛନ୍ତି । Post navigation ଋଷ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ ବାୟୁସେନା ଯବାନ ସ୍ଵରାଜ୍ୟ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ