ଭାରତୀୟ ବାୟୁସେନାର ଏୟାରକ୍ରାଫ୍ଟ ପାଇଲଟ ନମାଂଶ ସିୟାଲଙ୍କ ପାର୍ଥିବ ଶରୀର କୋଏମ୍ବାଟୁରର ସୁଲୁର ଏୟାରବେସରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ଶୁକ୍ରବାର ଦିନ ପ୍ରତିଷ୍ଠିତ ଦୁବାଇ ଏୟାର ଶୋ’ରେ ପ୍ରଦର୍ଶନ ସମୟରେ ଭାରତୀୟ ବାୟୁସେନାର ସ୍ୱଦେଶୀ ତେଜସ୍ ମାର୍କ-୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ପାଇଲଟ୍ ୱିଙ୍ଗ କମାଣ୍ଡର ନମାଂଶ ସିୟାଲଙ୍କ ମୃତ୍ୟୁ ଘଟିଛି । ୩୪ ବର୍ଷୀୟ ବାସିନ୍ଦା ୱିଙ୍ଗ କମାଣ୍ଡର ସିଆଲ ମିଗ୍-୨୧ ଏବଂ ସୁଖୋଇ Su-୩୦ MKI ବିମାନରେ ତାଲିମ ନେଇଥିଲେ । ଗାର୍ଡ ଅଫ ଅନର ପରେ, ସମ୍ପୂର୍ଣ୍ଣ ସାମରିକ ସମ୍ମାନ ସହିତ ଶେଷକୃତ୍ୟ ପାଇଁ ପାର୍ଥିବ ଶରୀରକୁ ଏବେ ହିମାଚଳ ପ୍ରଦେଶର କାଙ୍ଗଡ଼ାରେ ଥିବା ତାଙ୍କ ପୈତୃକ ଘରକୁ ପଠାଯାଇଛି । Post navigation Delhi Air Pollution: ଦିଲ୍ଲୀରେ ପ୍ରଦୂଷଣର ଭୟଙ୍କର ସ୍ଥିତି