Nikita Murder Case
ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍‌ ନିକିତାଙ୍କ ମୃତ୍ୟୁ ମାମଲାରେ ସ୍ୱାମୀ ଲିପନ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କଟକ ଜିଲ୍ଲା ଅତିରିକ୍ତ ଦୌରାଜଜ୍ । ତେବେ ଏହି ମାମଲାରେ ଲିପନର ବାପା ଓ ମାଆ ଖଲାସ ହୋଇଛନ୍ତି ।
 
୨୦୧୯ରେ ନିଜ ଘର ଛାତରୁ ପଡ଼ି ନିକିତାଙ୍କ ମୃତ୍ୟୁ ହୋଇଥିଲା । ସ୍ୱାମୀ ଲିପନ ଛାତରୁ ଠେଲି ନିକିତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିବାବେଳେ ୨୦୨୨ରେ ଜାମିନରେ ମୁକୁଳିଥିଲେ ।
 
ଘଟଣା ସମୟରେ ଲିପନ ନିକିତାଙ୍କ ସହ ଛାତ ଉପରେ ଉପସ୍ଥିତ ଥିଲେ। ନିକିତା କିପରି ଛାତରୁ ତଳକୁ ପଡ଼ିଲେ, ସେନେଇ ଲିପନ କୌଣସି ସନ୍ତୋଷଜନକ ଉତ୍ତର କିମ୍ବା ସ୍ପଷ୍ଟୀକରଣ ଦେଇପାରି ନ ଥିଲେ ।

By Nirvay

Leave a Reply

Your email address will not be published. Required fields are marked *