ନୂଆ ଉତ୍ସାହ ଓ ନୂଆ ସମ୍ଭାବନା ସହ ପାଦ ଥାପିଛି ବର୍ଷ ୨୦୨୫ । ନୂଆ ବର୍ଷ ପାଇଁ ବଡଦାଣ୍ଡ ପାଲଟିଛି ଜନସମୁଦ୍ର । ମହାପ୍ରଭୁଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି ଅଗଣିତ ଭକ୍ତ । ଏଥିସହ ଶ୍ରୀମନ୍ଦିରରେ ରାତି ସାରା ଚାଲିଛି ମହାପ୍ରଭୁଙ୍କ ଦର୍ଶନ । ଶ୍ରୀମନ୍ଦିରର ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ । ଶୃଙ୍ଖଳିତ ଦର୍ଶନ ପାଇଁ ବଡଦାଣ୍ଡର ମାର୍କେଟ ଛକରୁ ଶ୍ରୀମନ୍ଦିର ସିଂହଦ୍ଵାର ଯାଏ ବ୍ୟାରିକେଡ଼ କରାଯାଇଛି । କିନ୍ତୁ ଲକ୍ଷାଧିକ ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁଁ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସମୟରେସିଂହଦ୍ବାର ସମ୍ମୁଖରେ ଥିବା ବାରିକେଡ୍ ଭାଙ୍ଗିଛନ୍ତି ଭକ୍ତ । ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି । Post navigation ଓଡିଶା ଜନଜାତିଙ୍କ ଜମି ହସ୍ତାନ୍ତର ସମ୍ପର୍କିତ ସଂଶୋଧନକୁ ପରିଷଦର ନାମଞ୍ଜୁର NTCA ଛାଟ ପରେ ବାଘୁଣୀ ଜିନ୍ନତକୁ ଫେରାଇଲା ପଶ୍ଚିମବଙ୍ଗ