ପୁରୀର ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନ ଯାଞ୍ଚ କରାଯିବ।ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ନିମନ୍ତେ କେଉଁ ପ୍ରକାର ଘିଅ ବ୍ୟବହୃତ ହେଉଛି ତାହାର ମାନ ଯାଞ୍ଚ ହେବ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ସେ କହିଛନ୍ତି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୋଠ ଭୋଗ, ବରାଦି ଭୋଗ ଓ ଅନ୍ୟାନ୍ୟ ଭୋଗରେ ଘିଅ ବ୍ୟବହାର ହୁଏ । ମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥିବା ନେଇ କୌଣସି ସନ୍ଦେହ ଏପର୍ଯ୍ୟନ୍ତ ନାହିଁ । ଆବଶ୍ୟକ ପଡିଲେ ମହାପ୍ରସାଦ ଓ ଦୀପରେ ବ୍ୟବହୃତ ଘିଅ ମାନ ଯାଞ୍ଚ ହେବ । ଓମଫେଡ ସହିତ ମଧ୍ୟ ଆଲୋଚନା କରାଯିବ। ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାର ଘିଅ ବ୍ୟବହାର ହେଉଥିବାର ସମ୍ଭାବନା ଅଛି। ମାନ ଯାଞ୍ଚ କରାଯାଇ ସମସ୍ତ ପଦକ୍ଷେପ ନିଆଯିବ ନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସୂଚନା।

ତେବେ ତିରୁପତି ମନ୍ଦିରରେ ଲାଗି ହେଉଥିବା ଲଡୁ (ପ୍ରସାଦମ)ରେ ଗାଈ, ଘୁଷୁରୀ ଚର୍ବି ସହ ମାଛର ତେଲ ମିଶିଥିବା ନେଇ ଗୁଜରାଟର ଏକ ଲ୍ୟାବ ରିପୋର୍ଟ ଦେବା ପରେ ଏକ ସପ୍ତାହ ହେବ ବିବାଦ ଘନେଇଛି । ଏହା ପରେ ଏବେ ତିରୁପତି ମନ୍ଦିର ପରେ ସବୁ ମନ୍ଦିରରେ ପ୍ରସାଦ ନେଇ ଉଠିଛି ପ୍ରଶ୍ନ । ଏହାରି ଭିତରେ ପୁରୀ ମନ୍ଦିରରେ ତିଆରି ହେଉଥିବା ପ୍ରସାଦର ମାନ୍ ଯାଞ୍ଚ ହେବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି ।

Leave a Reply

Your email address will not be published. Required fields are marked *