ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କର ସିଙ୍ଗାପୁର ଗସ୍ତ ବେଳେ ଶିଳ୍ପପତିମାନେ । ଭେଟିବାକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି। । ବହୁ ଶିଳ୍ପ ଦ୍ୟୋଗୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। କିନ୍ତୁ ଦୂଇଜଣ ଅତ୍ୟନ୍ତ ବିବାଦୀୟ ଓ ଜାଲିଆତିରେ ସଂଶ୍ଲିଷ୍ଟ ଅଭିଯୋଗ ଥିବା ଶିଳ୍ପପତି କିଭଳି ମୋହନଙ୍କୁ ଭେଟିବାର ସୁଯୋଗ ପାଇଲେ ବୋଲି ପ୍ରଶ୍ନ ଉଠିଛି । କାହାର ସୁପାରିସରେ ଭେଟିଲେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ? ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ବଡ଼ ପ୍ରଶାସନିକ ବାବୁମାନେ ଏହି ଦୁଇ ଜନ ଓ ବ୍ୟାଙ୍କ ବିରୋଧୀ ଶିଳ୍ପପତିଙ୍କ କଳଫର୍ଦ୍ଧ ବିଷୟରେ ଅବଗତ ଥିଲେ ନା ନାହିଁ ? ମୁଖ୍ୟମନ୍ତ୍ରୀଙ୍କ ବଦନାମ କରିବା ପାଇଁ ଏହା ପ୍ରଶାସନିକ ଷଡ଼ଯନ୍ତ୍ର ନୁହେଁ ତ ? ଓଡ଼ିଶାକୁ ପୁଞ୍ଜି ଆଣିବା ପାଇଁ ସିଙ୍ଗାପୁର ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ । କିନ୍ତୁ ଦୁଇଜଣ ବିବାଦୀୟ ଶିଳ୍ପପତିଙ୍କୁ ନେଇ ଏହି ଗସ୍ତ ଦିବାଦଘେରକୁ ଟାଣି ହୋଇଯାଇଛି । ଏମାନେ ହେଲେ ଭିସା ଷ୍ଟିଲର ବିକାଶ ଅଗ୍ରୱାଲ ଏବଂ ଓରିଷ୍ଠ ଇଣ୍ଡଷ୍ଟ୍ରିର ରବୀନ ଝୁନଝୁନ୍ ୱାଲା । ଏହି ଦୁଇ ଶିଳ୍ପପତିଙ୍କର କଳାକାରନାମା ସମ୍ପର୍କରେ ସିଏମ୍ଓର ଅଧୁକାରୀମାନେ ଅବଗତ ନଥିବେ ବୋଲି ମନେହେଉ ନାହିଁ । ସୁନ୍ଦରଗଡ଼ର ଲାଠିକଟାରେ ଗଢ଼ିଉଠିଥିଲା ଓରିଣ୍ଟ ଇଣ୍ଡଷ୍ଟ୍ରି । ପରବର୍ତ୍ତୀ କାଳରେ ଏହାର ନାମକରଣ ହୋଇଥ୍ ଲା ଶାଶ୍ବ ଓ ଇଣ୍ଟରନ୍ୟାସନାଲ ଲିଃ.। ଏକଦା ଲାଭଜନକ ସଂସ୍ଥା ଭାବେ ଖ୍ୟାତି ଲାଭ କରିଥିବା ଓରିଶକୁ ଦେବାଳିଆ କରି ରବୀନ ଝୁନ୍ଝୁନ୍ଓ୍ୱାଲା ଏଠାରୁ ଚମ୍ପଟ ମାରିଥିଲେ। କର୍ମଚାରୀ ୧୪ ମାସର ବେତନ ଦିଆଯାଇ ନଥିଲା। କେବଳ ସେତିକି ନୁହେଁ, ବ୍ୟାଙ୍କ ଜାଲିଆତିରେ ରବୀନଙ୍କ ନାମ ଉଠିଥିଲା। ଓରିଣ୍ଡ ସମ୍ପତ୍ତିକୁ ବେଆଇନ ଭାବେ ବିକ୍ରିବଟା କରିଦେଇ ପୁଲିସ ଆଖିରେ ଧୂଳି ଦେଇ ବିଦେଶ ପଳାଇ ଯାଇଥିଲେ ରବୀନ। ସେହିପରି ଯାଜପୁରର କଳିଙ୍ଗନଗରରେ ଭିସା ଷ୍ଟିଲ କମ୍ପାନୀ ଅଛି । ତାହା ସହିତ ଦେଢ଼ଲକ୍ଷ ଉତ୍ପାଦନକ୍ଷମ ଫେରୋକ୍ରମ ପ୍ଲାଣ୍ଟ ମଧ୍ୟ ଲଗାଇଛି। କର୍ମଚାରୀ ସଂଖ୍ୟା ପାଖାପାଖ ସାଢ଼େ ୩ହଳାର । ପୂର୍ବରୁ ପ୍ରାୟ ୩୫୦ ଶ୍ରମିକଙ୍କୁ ଛଟେଇ କରିସାରିଛି କମ୍ପାନୀ । ଏହି କମ୍ପାନୀର ମାଲିକ ହେଲେ ବିକାଶ ଅଗ୍ରଓ୍ବାଲ । ବିକାଶ ଅଗ୍ରୱାଲ ଅନେକ ବ୍ୟାଙ୍କକୁ ଧୋକା ଦେଇଛନ୍ତି । କଳିଙ୍ଗନଗରରେ କର୍ମଚାରୀଙ୍କୁ ତ ଧୋକା ଦେଇଛନ୍ତି, କିନ୍ତୁ ସବୁଠୁ ଧୋକା ଦେଇଛନ୍ତି ବ୍ୟାଙ୍କଗୁଡ଼ିକୁ । ଯାବତୀୟ ବ୍ୟାଙ୍କ ଜାଲିଆତିରେ ଯେଉଁ ଶିଳ୍ପପତିଙ୍କ ନାମ ଉଠିଛି, ସେ କେମିତି ଭେଟିପାରିଲେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ? ଶିଳ୍ପ ସଚିବ ରବୀନ ଝୁନ୍ଝୁନ୍ଓ୍ୱାଲା ଓ ବିକାଶ ଅଗ୍ରଓ୍ବାଲାଙ୍କ ସମ୍ପର୍କରେ କିଛି ଜାଣି ନଥିଲେ କି ? ଯେଉଁ ଶିଳ୍ପପତି ଦୁଇଜଣ ଓଡ଼ିଶାକୁ ଠକାଇଛନ୍ତି, ମୋହନଙ୍କୁ ଦେଖୁ ପୁଣି ଓଡ଼ିଶାରେ ପୁଞ୍ଜି ବିନିଯୋଗ କରିବେ ବୋଲି ନୂଆ ସରକାର ଆଶା କରୁଛନ୍ତି କେମିତି ? କିନ୍ତୁ ବଡ଼ ପ୍ରଶ୍ନ ହେଲା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ଅନ୍ଧାରରେ ରଖି କେଉଁ ଅକାରୀମାନେ ଖେଳ କରୁଛନ୍ତି ? ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସରକାରକୁ ବଦନାମ କରିବା ପାଇଁ ଭିତି ରି ଷଡ଼ଯନ୍ତ୍ର ହେଉନାହିଁ ତ ? ଅନ୍ୟ କାହା ନି ର୍ଦ୍ଦେଶରେ ସେମାନେ କାର୍ଯ୍ୟ କରୁ ନାହାନ୍ତି ତ ? Post navigation ଅଡୁଆରେ ବୈକୁଣ୍ଠ ଧାମ ଆଶ୍ରମ: କୁନି ବାବାଙ୍କର ଡାଏରୀରେ ରହିଛି ନିତ୍ୟ କାର୍ଯ୍ୟକ୍ରମ ଓ ପୂଜା ପାଇଁ ୩୫ ହଜାର ଟଙ୍କାର ଫୁଲ କଟକରେ ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ; ଆଇସିୟୁରେ ଭର୍ତ୍ତି