କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖ ଠାରୁ ମାତ୍ର କିଛି ଦୂର ଗୌଡ ସାହି । ସେହି ସାହିର ୬ ନମ୍ବର ୱାର୍ଡ଼ରେ ଝାଟିମାଟି ଘରେ ରହୁଛନ୍ତି ଜଣେ ବିଧବା ମହିଳା ରଞ୍ଜିତା ବେହେରା । ସ୍ବାମୀଙ୍କ ଅକାଳ ବିୟୋଗ ପରେ ପିଲା ଛୁଆ ପରିବାରର ସମସ୍ତ ଦାୟିତ୍ବ ବିଧବା ମହିଳାଙ୍କ ଉପରେ। କିନ୍ତୁ ବିଗତ ଦିନରେ ଲଗାଣ ବର୍ଷାରେ ଏହି ଘରଟି ସମ୍ପୂର୍ଣ ଭାଙ୍ଗିଯାଇଛି। ଓଡିଶାକୁ ବିକଶିତ ରାଜ୍ୟ ନେଇ ସରକାର ସ୍ତରରେ ପ୍ରଚାର ପ୍ରସାର କରୁଥିବା ବେଳେ ଆଜି ମଧ୍ୟ ବହୁ ପରିବାର ଜରିପାଲ ତଳେ ଜୀବନ ବିତାଉଥିବା ଦୃଶ୍ୟ ଦେଖୁବାକୁ ମିଳୁଛି । ସରକାରଙ୍କ ଜାଗା ମିଶନ ଯୋଜନାରେ ଭୂମିହୀନଙ୍କୁ ଜାଗା ପଟା ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ବିଧବା ମହିଳା ଆବେଦନ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ । ଏହି ଦୃଶ୍ୟ ଦେଖିବା ପରେ ସରକାରୀ ଯୋଜନା ପ୍ରଚାର ପ୍ରସାର ସବୁ ଫିୟୁଜ ହେଲା ଭଳି ମନେ ହେଉଛି ।

ସୂଚନା ଯୋଗ୍ୟ; ଘୁମୁସର ଉଦୟଗିରି ବିଜ୍ଞାପିତ କାର୍ଯ୍ୟାଳୟ ସମ୍ମୁଖ ଗୌଚ ସାହିରେ ଏକ ଝାଟିମାଟି ଘରେ ସ୍ବାମୀ ଓ ପିଲାଛୁଆଙ୍କୁ ନେଇ ମୂଲ ଲାଗିଲେ ଘର ଚଳୁ ଥିବା ଏକ ପରିବାରର। ଦୁର୍ଭାଗ୍ୟବଶତଃ ୨୦୨୨ ମସିହାରେ ସ୍ଵାମୀ ପ୍ରମୋଦ ବେହେରାଙ୍କ ଅକାଳ ବିୟୋଗ ପରେ ପରିବାରର ସମସ୍ତ ଦାୟିତ୍ଵ ବିଧବା ମହିଳା ରୀଚାଙ୍କ ଉପରେ ପଢିଲା । ପିଲାଛୁଆଙ୍କୁ ଧରି ମୂଲ ଲାଗିଚାଲୁଥିବା ବିଧବା ମହିଳାଙ୍କ ଝାଟିମାଟି ଦୁର୍ଭାଗ୍ୟର ତାହା କିଛି ଦିନ ହେବ ବର୍ଷାରେ ସମ୍ପୂର୍ଣ ଭୁଶୁଡି ପଡିଛି। ବର୍ତ୍ତମାନ ନିଜ ପରିବାରକୁ ନେଇ ମହିଳା ପଡୋଶୀଙ୍କ ଘରେ ଆଶ୍ରୟ ନେଉଛନ୍ତି । ଘର ଭାଙ୍ଗିଯିବା ପରେ ସ୍ଥାନୀୟ ରାଜସ ବିଭାଗ ତରଫରୁ ଜରି ପାଲ ଦିଆଯାଇଥିଲା। ବର୍ତ୍ତମାନ ନିଜ ପିଲାଛୁଆଙ୍କୁ ନେଇ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ସରକାରଙ୍କ ତରଫରୁ ଘରଟିଏ ଦେବା ପାଇଁ ବହୁ ଥର ସ୍ଥାନୀୟ ଏଏନଏସି କାର୍ଯ୍ୟାଳୟରେ ଲିଖିତ ନିବେଦନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଘରଟିଏ ମିଳିଲା ନାହିଁ ।

 

Leave a Reply

Your email address will not be published. Required fields are marked *