୭ ବର୍ଷ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଥିବା ହକି ଇଣ୍ଡିଆ ଲିଗ୍‌ । ୨୦୧୭ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍‌ । ହକି ଇଣ୍ଡିଆ ଲିଗ୍‌ ୨୦୨୪-୨୫ ସଂସ୍କରଣ ଆସନ୍ତା ଡିସେମ୍ବର ୨୮ରୁ ଆରମ୍ଭ ହେବାକୁ ଯାଉଛି । ତେବେ ଚଳିତ ଥର ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ପୁରୁଷ ଓ ମହିଳା ଟିମ୍‌ ସାମିଲ ହେବେ । ଏଥିରେ ୮ଟି ପୁରୁଷ ଓ ୬ଟି ମହିଳା ଦଳ ଭାଗ ନେବାକୁ ନିଷ୍ପତ୍ତି ହିଆଯାଇଛି। ଏହି ସୂଚନା ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଦେଇଛନ୍ତି । ସେ କହିଛନ୍ତି ହକି ଇଣ୍ଡିଆ ଲିଗର ୨୦୨୪-୨୫ ସିଜନ ପାଇଁ ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଖେଳାଳିଙ୍କ ନିଲାମ ହେବ।

ସେହିପରି ଆରମ୍ଭ ହେବାକୁ ଥିବା ହକି ଇଣ୍ଡିଆ ଲିଗ୍‌ରେ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ଭାଗ ନେଉଥିବାର ସୂଚନା ମିଳିଛି। ପୁରୁଷ ଟିମ୍‌ ରାଉରକେଲାରେ ଓ ମହିଳା ଦଳ ରାଞ୍ଚିରେ ଖେଳିବେ । ଓଡ଼ିଶାର ପୁରୁଷ ଟିମକୁ ବେଦାନ୍ତ ଲିମିଟେଡ୍‌ କିଣିଥିବା ବେଳେ ମହିଳା ଟିମ୍‌କୁ ନାଭୋୟାମ୍ ସ୍ପୋର୍ଟସ କିଣିଥିବା ସୂଚନା।

Leave a Reply

Your email address will not be published. Required fields are marked *