ଖୋଲିଲା ହୀରାକୁଦର ପ୍ରଥମ ଗେଟ୍ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ । ବାମପଟ ୭ନଂ ସ୍ଲୁଇସ୍ ଗେଟରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ତେବେ ଆଜି ୩ଟି ପର୍ଯ୍ୟାୟରେ ଖୋଲିବ ୨୦ଟି ଗେଟ୍ । ପ୍ରଥମ ପର୍ଯ୍ୟାୟରେ ୭ଟି ଗେଟ୍ ଖୋଲିଛି । ଆଜି ପର୍ଯ୍ୟାୟକ୍ରମେ ୨୦ଟି ଗେଟ ଖୋଲିବ । ୧୨ଟା ପରେ ଖୋଲିବ ଆଉ ୧୩ଟି ଗେଟ।

ଏ ନେଇ ୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି । ସମ୍ବଲପୁର, ସୁବର୍ଣ୍ଣପୁର, ନୟାଗଡ଼, ଅନୁଗୁଳ, ବୌଦ୍ଧ, କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁରକୁ ସତର୍କ କରାଯାଇଛି।

ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦରେ ଜଳସ୍ତର ୬୧୬.୯୩ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୩ ଲକ୍ଷ ୧୬ ହଜାର ୬୦୦ ଘନ ଫୁଟର ଜଳ ପ୍ରବେଶ କରିବା ସହ ପ୍ରତି ସେକେଣ୍ଡରେ ୪୦ ହଜାର ୧୨୬ ଘନ ଫୁଟର ଜଳ ହୀରାକୁଦ ବନ୍ଧ ଦେଇ ନିଷ୍କାସିତ ହେଉଛି ।

Leave a Reply

Your email address will not be published. Required fields are marked *