ଗଞ୍ଜାମ : ଓଡିଶା ଗ୍ରସ୍ତରେ ଆସି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନଙ୍କ ଉପରେ ବର୍ଷି ଥିବା ବେଳେ, ଗଞ୍ଜାମବାସୀଙ୍କୁ ନିଆରା ଢଙ୍ଗରେ ବିଜେପି ପାଇଁ ଭୋଟ ମାଗିଛନ୍ତି । ସେ କହିଛନ୍ତି ଯେ, ୩ଶହ ପାର୍ରେ ଶ୍ରୀରାମ ମନ୍ଦିର ନିର୍ମାଣ ହେଲା ଓ ସିଏଏ ଲାଗୁ ହେଲା। ୪ ଶହ ପାର୍ ହେଲେ ପିଓକେ ଭାରତ ସହ ମିଶିବ। କୃଷ୍ଣ ମନ୍ଦିର, ଜ୍ଞାନବ୍ୟାପୀ ନିର୍ମାଣ ହେବ ଓ ଅନେକ କାର୍ଯ୍ୟ କରାଯିବ। ପିଓକେ ଅଶାନ୍ତ ସତ୍ତ୍ୱେ ଶ୍ରୀନଗରରେ ଲୋକ ସୁରକ୍ଷିତ ଓ ଶାନ୍ତିରେ ଅଛନ୍ତି। ୪ ଶହ ଆସନ ମଧ୍ୟରେ ଆସ୍କା ନିର୍ବାଚନ ଲୋକସଭା ମଣ୍ଡଳୀ ମଧ୍ୟ ଆସୁଛି। ତେଣୁ ଏଠି ବି ବିଜେପି ଜିତିବା ଦରକାର । ସେ ଆହୁରି ମଧ୍ୟ କହିଛନ୍ତି ଯେ,ସେହିପରି ଛତିଶଗଡ଼ରେ ବିଜେପି ସରକାର ଅଛି। ସେଠାରେ ଅନେକ ସୁବିଧା ମିଳୁଛି। ଛତିଶଗଡ଼ରେ ଧାନପ୍ରତି କୁଇଣ୍ଟାଲ ୩୧୦୦ଟଙ୍କା, ମାତ୍ର ଓଡ଼ିଶାରେ ୨୧୦୦ଟଙ୍କା । ଏହା ସହ ଓଡ଼ିଶାରେ କଟନିଛଟଣି କରାଯାଉଛି। ବିଜେପି ଯଦି ସେଠାରେ ଏତେ ଟଙ୍କା ଦେଉଛି ତେବେ ବିଜେଡି କାହିଁକି ଦେଉନି ବୋଲି ପ୍ରଶ୍ନ କରିଛନ୍ତି ହିମନ୍ତ। ସ ବିଜେପି ସରକାର ଆସିବାର ମାସକରେ ଧାନପ୍ରତି କୁଇଣ୍ଟାଲ ୩୧୦୦ଟଙ୍କା କରାଯିବ। ଚାଷୀଙ୍କୁ ଏମଏସପି ଗ୍ୟାରେଣ୍ଟି ଦେଉଛି ବେଜେପି। Post navigation ୫୪ ପଇସା ଦେଇ ଭୋଟ ନେବାକୁ ବସିଛି ବିଜେଡି: ଅପରାଜିତା ଷଡ଼ଙ୍ଗୀ ଦଳବିରୋଧୀ କାର୍ଯ୍ୟ କାରଣରୁ ବିଜେପିର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ