ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ, NSA, ସିଡିଏସ୍‌ ଅନିଲ ଚୌହ୍ବାଣ ଉପସ୍ଥିତ । ୩ ସେନାର ମୁଖ୍ୟ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିଛନ୍ତି । ପହଲଗାମ ଆକ୍ରମଣ ପରବର୍ତ୍ତୀ ସ୍ଥିତି ନେଇ ଆଲୋଚନା କରାଯାଉଥିବା ସହ ପ୍ରତିଶୋଧ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ସୂଚନା ମିଳିଛି।

ସୂଚନା ଯୋଗ୍ୟ; କାଲି ବସିବ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକ। ଆସନ୍ତା କାଲି ଦିନ ୧୧ଟାରେ ଦିଲ୍ଲୀରେ ବୈଠକ ବସିବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ। ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀଙ୍କ ଘରେ ବସିଛି ଉଚ୍ଚସ୍ତରୀୟ ବୈଠକ

Leave a Reply

Your email address will not be published. Required fields are marked *