ଓଡିଶାକୁ ବଡ ଆଇଟି ହବରେ ପରିଣତ କରାଯିବ । ରାଜ୍ୟରେ ପ୍ରତିଷ୍ଠା ହେବ ହାଇ ଇମ୍ପାକ୍ଟ ସେମି କଣ୍ଡକ୍ଟର କାରଖାନା । ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । RiR କମ୍ପାନୀ ଏହା ପ୍ରତିଷ୍ଠା କରିବ । ଏଥିପାଇଁ ୨୦% ଅଧିକ ସବ୍ସିଡି ଦେଇଛନ୍ତି ରାଜ୍ୟ ସରକାର । ହାଇ ଇମ୍ପାକ୍ଟ ସେମି କଣ୍ଡକ୍ଟର କାରଖାନା ପ୍ରତିଷ୍ଠା ପାଇଁ ୬୧୮ କୋଟି ଟଙ୍କା ନିବେଶ ହେବ ଯାହା ୭୦୦ ରୁ ଅଧିକ ନିଯୁକ୍ତି ସୁଯୋଗ ଯୋଗେଇବ । ଏହା ପ୍ରତିଷ୍ଠା ହେଲେ ଆଇଟି କ୍ଷେତ୍ରରେ ଓଡ଼ିଶା ଆହୁରି ବିକଶିତ ହେବ ବୋଲି ଶିଳ୍ପ ମନ୍ତ୍ରୀ କହିଛନ୍ତି । Post navigation ଗଣତନ୍ତ୍ରରେ ବିରୋଧୀଙ୍କ ସ୍ବର ଚପାଇ ପାରିବେ ନାହିଁ ବାଚସ୍ପତି: ପ୍ରମିଳା ମଲ୍ଲିକ ସମ୍ପ୍ରସାରିତ ହେବ ରାଜଧାନୀ ଭୁବନେଶ୍ୱର