ଗତ କିଛି ଦିନ ପୂର୍ବେ ଓଡିଶା ମହିଳା କମିଶନର ଙ୍କୁ ରାଜ୍ୟ ସରକାର ପଦଚ୍ୟୁତ କରିଥିଲେ | ଆଜି ରାଜ୍ୟ ମହିଳା କମିଶନକୁ ଭାଙ୍ଗି ଅଧ୍ଯକ୍ଷା ଓ ସଦସ୍ଯାଙ୍କୁ ବରଖାସ୍ତ କରିବା ପ୍ରସଙ୍ଗରେ ରାଜ୍ଯ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୧ ତାରିଖ ହେବ । ଶୁଣାଣି ଶେଷ ନ ହେବା ପର୍ଯ୍ୟନ୍ତ କୌଣସି ନୂଆ ନିଯୁକ୍ତି ନ କରିବାକୁ ଓଡିଶା ହାଇକୋର୍ଟ ରାଜ୍ଯ ସରକାରଙ୍କୁ ଆଦେଶ ଦେଇଛନ୍ତି । ଯଦି କମିଶନଙ୍କ କାର୍ଯ୍ଯ ସନ୍ତୋଷଜନକ ନଥିଲା ତେବେ ଫରଫରମାନ୍ସ ଆପ୍ରାଇଜଲ କାର୍ଡ ମଧ୍ୟ ଦେଖାଇବାକୁ ସରକାରଙ୍କୁ କହିଛନ୍ତି କିନ୍ତୁ ପଦଚ୍ୟୁତ କରିବା ନିୟମ ଅନ୍ତର୍ଗତନଥିଲା । ଗତ ଅକ୍ଟୋବର ୨୮ ତାରିଖରେ କମିସନଙ୍କୁ କାରଣ ଦର୍ଶାଅ ନୋଟିସ ଓ ପରେ ଅକ୍ଟୋବର ୯ ତାରିଖରେ ପଦଚ୍ଯୁତ ସମ୍ପର୍କିତ ବିଜ୍ଞପ୍ତି ସରକାର ପ୍ରକାଶ କରିଥିଲେ ଯାହା ଯୋଗୁଁ ଏହି ନିର୍ଦେଶକୁ ଚ୍ଯାଲେଞ୍ଜ କରି ପଦଚ୍ଯୁତ ହୋଇଥିବା ତିନି ଜଣ ସଦସ୍ଯା ବିଜୟ ବରୁଆ, ସ୍ଵର୍ଣ୍ଣଲତା ସାମଲ ଏବଂ ବବିତା ସ୍ଵାଇଁ ହାଇକୋର୍ଟରେ ଏକ ରିଟ ପିଟିସନ ଦାଖଲ କରିଥିଲେ । ତାହା ସପକ୍ଷରେ ହାଇକୋର୍ଟ ଆଜି ଶୁଣାଣି କରି ସରକାର ଙ୍କୁ ଏହି ନିର୍ଦେଶ ଦେଇଛନ୍ତି | Post navigation ଆଦିବାସୀ, ମହିଳା ଓ ଶିଶୁଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ: ବିଜେଡି ୩ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବଢ଼ାଇଲେ ଓଡିଶା ରାଜ୍ୟପାଳ