କେନ୍ଦ୍ରାପଡା ଯିବେ ସନ୍ତୋଷ ରାଉଳ ଓରଫ ସାରଥୀ। ବହୁ ଚର୍ଚ୍ଚିତ ଆତ୍ମ ଘୋଷିତ ବାବା ସାରଥିଙ୍କୁ କେନ୍ଦ୍ରାପଡ଼ା ଯିବାକୁ ଅନୁମତି ପ୍ରଦାନ କରିଛନ୍ତି ମାନ୍ୟବର ଉଚ୍ଚ ଅଦାଲତ । ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଦେଲେ ସର୍ତ୍ତମୂଳକ ଅନୁମତି ।  । ସକାଳ ୫.୩୦ରୁ ସନ୍ଧ୍ୟା ୫.୩୦ ଯାଏ କେନ୍ଦ୍ରାପଡା ଯାଇ ପାରିବେ ବୋଲି କହିଛନ୍ତି କୋର୍ଟ।  କିନ୍ତୁ ବାରିମୂଳ ଆଶ୍ରମକୁ ଯାଇ ପାରିବେ ନାହିଁ କୋର୍ଟ କଟକଣା ଲଗାଇଛନ୍ତି ।

ସୂଚନା ଯୋଗ୍ୟ; ଆଜି ହାଇକୋର୍ଟ ବାବା ସାରଥି ଓରଫ୍ ସନ୍ତୋଷ ରାଉଳଙ୍କୁ କେନ୍ଦ୍ରାପଡ଼ା ଯିବାକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି । ସନ୍ତୋଷଙ୍କ ଭାଇ କର୍କଟ ରୋଗରେ ପୀଡ଼ିତ ଅଛନ୍ତି । ତେଣୁ ଭାଇଙ୍କୁ ସାକ୍ଷାତ କରିବାକୁ ହାଇକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ହାଇକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ଅନୁମତି ପ୍ରଦାନ କରିଛନ୍ତି ।

ଏହା ସହ କେତୋଟି ସର୍ତ୍ତ ରଖିଛନ୍ତି କୋର୍ଟ । ସାରଥି କେନ୍ଦ୍ରାପଡ଼ା ଯିବାକୁ ଚାହିଁଲେ ପ୍ରଥମେ ନିମ୍ନ ଅଦାଲତରେ ଜଣାଇବେ । କୋର୍ଟ ତାଙ୍କୁ ଅନୁମତି ଦେଲେ ସେ ବାରିମୂଳ ଯିବେ । କୋର୍ଟଙ୍କ ସର୍ତ୍ତ ମୁତାବକ ପ୍ରତି ୨ ମାସରେ ଥରେ ବାରିମୂଳ ଯାଇ ତାଙ୍କ ଭାଇଙ୍କୁ ଭେଟି ପାରିବେ । କିନ୍ତୁ ସେ ବାରିମୂଳ ଆଶ୍ରମକୁ ଯାଇ ପାରିବେ ନାହିଁ । ଏହା ସହିତ ରାତିରେ କେନ୍ଦ୍ରାପଡ଼ାରେ ରହି ପାରିବେ ନାହିଁ । ସକାଳ ୫ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ସେ କେନ୍ଦ୍ରାପଡ଼ା ଯାଇ ପୁଣି ଥରେ ଫେରିବେ ।

Leave a Reply

Your email address will not be published. Required fields are marked *