ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବଢ଼ିଲା ଅଡ଼ୁଆ । ହାଇକୋର୍ଟରେ ବିଷ୍ଣୁପଦଙ୍କ ଆବେଦନ ଖାରଜ । ଓଡ଼ିଶା ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନର ୧୦ ଲକ୍ଷ ଟଙ୍କା ଲାଞ୍ଚ ଅଭିଯୋଗ ମାମଲାରେ ବିଷ୍ଣୁପଦଙ୍କ ଘରେ ସିବିଆଇ ରେଡ୍ କରିଥିଲା । ସିବିଆଇ ରେଡ୍କୁ ବିରୋଧ କରି ହାଇକୋର୍ଟ ଯାଇଥିଲେ ବିଷ୍ଣୁପଦ ।ପ୍ରାରମ୍ଭିକ ଶୁଣାଣିରେ କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ । ଏଥିସହ ଅନ୍ତରୀଣ ଅଙ୍କୁଶକୁ ହଟାଇ ଦେଲେ ହାଇକୋର୍ଟ । ଅନ୍ତରୀଣ ଅଙ୍କୁଶ ହଟିଥିବାରୁ ବିଷ୍ଣୁପଦଙ୍କୁ ଗିରଫ ସମ୍ଭାବନା ବଢ଼ିଲା । ସୂଚନାଯୋଗ୍ୟ ଯେ, ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ ଲିମିଟେଡ୍ ପାଇଁ ଏକ ବିଲ୍ ପାସ୍ କରିବାକୁ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ନେଇ ସିବିଆଇ ପକ୍ଷରୁ ମାମଲା ହୋଇଥିଲା। ସିବିଆଇ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ଚଢ଼ଉ ମଧ୍ୟ କରିଥିଲା । Post navigation ମୋଦୀଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସର ବିରୋଧ ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି