ଆନ୍ଧ୍ର ପ୍ରଦେଶ କ୍ରିଷ୍ଣା ଜିଲ୍ଲାରେ ଥିବା ଏସଆର ଗୁଡଲାଭଲ୍ଲେରୁ ଇଂଜିନିୟରିଂ କଲେଜର ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ ମିଳିଲା ସିକ୍ରେଟ୍ କ୍ୟାମେରା । ବାଥ୍‌ରୁମ୍‌ରୁ ମିଳିଥିବା ଗୁପ୍ତ କ୍ୟାମେରା ଲଗାଇ ଆପତ୍ତିଜନକ ଫଟୋ ଓ ଭିଡିଓ ସଂଗ୍ରହ କରାଯାଉଥିଲା। ପ୍ରାୟ ୩ଶହରୁ ଅଧିକ ଆପତ୍ତିଜନକ ଫଟୋ ଓ ଭିଡିଓ ସଂଗ୍ରହ କରି ବିକ୍ରି କରାଯାଉଥିବା ସୂଚନା । ଏହି ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ପରେ ଅଭିଯୁକ୍ତ ଜଣକ ଉକ୍ତ କଲେଜର ଜଣେ ବି.ଟେକ୍‌ ଛାତ୍ର ବୋଲି ଜଣାପଡିଥିଲା । ଉକ୍ତ ଛାତ୍ର ଜଣକ ଲେଡିସ୍ ହଷ୍ଟେଲରେ ଗୁପ୍ତ କ୍ୟାମେରା ଖଂଜି ଯୁବତୀଙ୍କ ଆପତ୍ତି ଜନକ ଫଟୋ ଓ ଭିଡିଓ ସଂଗ୍ରହ କରି ବିକ୍ରି କରିଥିବା ଜାଣିବା ପରେ ସଂପୃକ୍ତ ଛାତ୍ରକୁ ଗିରଫ ସହ ତଦନ୍ତ ଜାରି ରଖିଛି ଆନ୍ଧ୍ର ପୋଲିସ । ଏହାପରେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ସୂଚନା ମୁତାବକ: କ୍ରିଷ୍ଣା ଜିଲ୍ଲାର ଏକ ଇଂଜିନିୟରିଂ କଲେଜ ହଷ୍ଟେଲର ବାଥ୍‌ରୁମ୍‌ରେ ଉକ୍ତ କଲେଜର ଜଣେ ବି.ଟେକ୍‌ ଛାତ୍ର ଏହି ଗୁପ୍ତ କ୍ୟାମେରା ଖଂଜିଥିଲେ । ଗୁପ୍ତ କ୍ୟାମେରା ଲଗାଇ ଫଟୋ, ଭିଡିଓ ସଂଗ୍ରହ କରୁଥିଲେ । ତାପରେ ସେ ଏହାକୁ ବିକ୍ରି କରୁଥିଲେ । ଉକ୍ତ ଛାତ୍ର ଜଣକ କଲେଜ ଏବଂ କଲେଜ ବାହାରର କିଛି ଛାତ୍ରଙ୍କୁ ଫଟୋ, ଭିଡିଓ ବିକ୍ରି କରି ବେଶ ରୋଜଗାର କରିଥିବା ମଧ୍ୟ ପୋଲିସ ଜାଣିବାପରେ ଛାତ୍ରକୁ ଗିରଫ କରାଯାଇଛି ।

ଅନ୍ୟପଟେ ଘଟଣା ସଂପର୍କରେ ଜଣାପଡ଼ିବା ପରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରୀ ।

Leave a Reply

Your email address will not be published. Required fields are marked *