ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ୍ । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ । ଝାଡଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ରାଜ ଭବନରେ ତାଙ୍କୁ ଶପଥ କରାଯାଇଛି। ଜେଲରୁ ମୁକୁଳିବା ପରେ ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ବୁଧବାର ଦିନ ଚମ୍ପଇ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ହେମନ୍ତ ସୋରେନ୍ ଆଜି ଶପଥ ଗ୍ରହଣ କରିଛନ୍ତି।

ଇଡି ଗତ ଜାନୁଆରୀ ୩୧ରେ ଏକ ଜମି ଦୁର୍ନୀତି ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡର ତତ୍କାଳୀନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଜେରା ପରେ ଗିରଫ କରିଥିଲା। ଗିରଫ ହେବାର କିଛି ଘଣ୍ଟା ପୂର୍ବରୁ ହେମନ୍ତ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏଥିସହ ଜେଏମ୍‌ଏମ୍‌ ମୁଖ୍ୟ ଶିବୁ ସୋରେନ୍‌ଙ୍କ ଘନିଷ୍ଠ ସହଯୋଗୀ ତଥା ମନ୍ତ୍ରୀ ଥିବା ଚମ୍ପାଇ ସୋରେନ୍‌ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିଲେ। ଇତିମଧ୍ୟରେ ହେମନ୍ତ ନିଜ ଗିରଫଦାରିକୁ ବେଆଇନ ଦର୍ଶାଇ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜମି ଦୁର୍ନୀତି ମାମଲାରେ ହେମନ୍ତଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତିର ପ୍ରମାଣ ନ ଥିବା ଦର୍ଶାଇ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ଏହି ମାମଲାରେ ତାଙ୍କୁ ଜାମିନ ମିଳିବା ପରେ ଗତ ଜୁନ ୨୮ରେ ସେ ଜେଲରୁ ମୁକୁଳିଥିଲେ।

Leave a Reply

Your email address will not be published. Required fields are marked *