ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରନ୍ ଆଜି ତାଙ୍କ ମନ୍ତ୍ରୀମଣ୍ଡଳର ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରିଛନ୍ତି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ନିଜ ପାଖରେ ଗୃହ ବିଭାଗ, ଶ୍ରମ, ରାସ୍ତା ନିର୍ମାଣ ଏବଂ ଗୃହ ନିର୍ମାଣ ମନ୍ତ୍ରଣାଳୟ ରଖିଥିବା ବେଳେ ରାଧା କୃଷ୍ଣ କିଶୋରଙ୍କୁ ସବୁଠାରୁ ମୁଖ୍ୟ ବିଭାଗ ଅର୍ଥ, ବାଣିଜ୍ୟ, ଯୋଜନା ଓ ବିକାଶ ଏବଂ ସଂସଦୀୟ ବିଭାଗ ଦାୟିତ୍ୱ ଦିଆଯାଇଛି । ସେହିପରି ଦୀପକ ବିରୁବା ପରିବହନ ଏବଂ ଚମରା ଲିଣ୍ଡାଙ୍କୁ ଅନୁସୁଚିତ ଜନଜାତି, ଅନୁସୁଚିତ ଜାତି, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମିଳିଛି । ଗଣଶିକ୍ଷା ବିଭାଗ ରାମଦାସ ସୋରେନଙ୍କୁ ଦିଆଯାଇଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ଇରଫାନ ଅନୁସାରୀଙ୍କୁ ମିଳିଛି । ସେହିପରି ସୁଦିବ୍ୟ କୁମାରଙ୍କ ଦାୟିତ୍ୱରେ ନଗର ବିକାଶ ଏବଂ ଆବାସ ବିଭାଗ ରହିଥିବାବେଳେ କୃଷି ବିଭାଗ ଶିଳ୍ପୀ ନେହା ତୀର୍କିଙ୍କ ପାଖରେ ରହିଛି । ହଫିଜୁଲ ହସନଙ୍କୁ ଜଳ ସମ୍ପଦ ବିଭାଗ ମିଳିଥିବାବେଳେ ଦୀପିକା ପାଣ୍ଡେୟ ସିଂହ ଗ୍ରାମୀଣ ବିକାଶ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ହେମନ୍ତଙ୍କ କ୍ୟାବିନେଟରେ ମହିଳା କଲ୍ୟାଣ ବିଭାଗ କାହାକୁ ବି ଦିଆଯାଇନି । Post navigation ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଓ ପୋଲିସ ଉପରକୁ ଅଣ୍ଡା ମାଡ ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ହେଲେ ପ୍ରଫୁଲ୍ଲ ସାମଲ