ନୂଆପଡା ନିର୍ବାଚନରେ ବ୍ୟବହାର ହେବ ହେଲିକଫ୍ଟର । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍ ଗୋପାଳନ ସୂଚନା ଦେଇଛନ୍ତି । ଦୁର୍ଗମ ଅଞ୍ଚଳର ୫ଟି ସ୍ଥାନରେ ୮ଟି ବୁଥ୍ରେ ବ୍ୟବହାର ହେବ ହେଲିକପ୍ଟର । ଲୋକଙ୍କୁ ନେବା ଆଣିବା ପାଇଁ ବ୍ୟବହାର ହେବ ଏହି ହେଲିକପ୍ଟର । ଏହା ସହିତ ୧୪ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ଭୋଟଦାନ ପାଇଁ ୫୬ଟି ବୁଥ୍ ହୋଇଛି । ୧୪ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ଆଚରଣବିଧି ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ସୋମବାର ଦିନ ନୂଆପଡା ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ, ଆଜିଠୁ ନାମାଙ୍କନ ଆରମ୍ଭ ହୋଇଛି । ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ୨୨ ତାରିଖ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ହେବ । ୨୪ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ନଭେମ୍ବର ୧୧ ରେ ଭୋଟ ହେବ ଏବଂ ୧୪ ରେ ଫଳାଫଳ ଘୋଷଣା ହେବ । Post navigation ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଘୋଷଣା ହେଲା ତାରିଖ