ରାଜ୍ୟରେ ବଜ୍ରପାତ ସହିତ ଝଡ଼ବର୍ଷାର ସମ୍ଭାବନା । ଆସନ୍ତା ୨୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସହ ଅଧିକାଂଶ ସ୍ଥାନରେ ବଜ୍ରପାତ ସମ୍ଭାବନା ରହିଛି । ଏନେଇ ପୁରା ରାଜ୍ୟକୁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପବନ ମଧ୍ୟ ୩୦ରୁ ୪୦କିମି ଘଣ୍ଟା ପ୍ରତି ବହିବାର ଆଶଙ୍କା ରହିଛି । ପ୍ରବଳ ବର୍ଷାକୁ ନେଇ କିଛି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜରି ହୋଇଛି। ରାଜ୍ୟର ୫ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଜାରି କରିଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଥିବା ବେଳେ ବାକି ସମସ୍ତ ଜିଲ୍ଲାକୁ ବର୍ଷା ନେଇ ୟେଲେ ଓ୍ବାର୍ଣ୍ଣି ଜାରି ହୋଇଛି । ସେହିପରି ଆଜି ପାଇଁ ୨୪ ଜିଲ୍ଲାକୁ ଝଡ଼ତୋଫାନ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କିଛି କିଛି ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବହିବ । ଆସନ୍ତାକାଲିଠୁ ବଢିବ ବର୍ଷା ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ଅନ୍ୟପଟେ ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ମାଛ ଧରିବାକୁ ଯିବାକୁ ବାରଣ କରାଯାଇଛି। Post navigation ରଥଯାତ୍ରା ପାଇଁ ପୁରୀକୁ ଗଡିବ ୩୬୫ ସ୍ବତନ୍ତ୍ର ଟ୍ରେନ୍ କଂଗ୍ରେସର ‘ନାରୀ’ ଅସ୍ତ୍ର ଜାତୀୟରୁ ଅନ୍ତର୍ଜାତୀୟ