ଜୁଲାଇ ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ । ଜନସାଧାରଣଙ୍କ ପାଇଁ ଅଶୋକ ନଗରର ୟୁନିଟ୍-II ରେ ପ୍ରତି ସୋମବାର ଖୋଲାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ୨୧ରେ ବନ୍ଦ ରହିବ।  ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଅନିବାର୍ଯ୍ୟ କାରଣ ଯୋଗୁଁ ବନ୍ଦ ରହିବ ଅଭିଯୋଗ ଶୁଣାଣି ବୋଲି ସୂଚନା ମିଳିଛି।

ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ଓ ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ । ଯଦିଓ ଜୁଲାଇ ୨୧ ରେ ହେବାକୁ ଥିବା ସମସ୍ତ ଅନଲାଇନ୍-ପଞ୍ଜିକୃତ ଅଭିଯୋଗ ପରବର୍ତ୍ତୀ ଜନଶୁଣାଣି ସମୟରେ ଗ୍ରହଣ କରାଯିବ।

 

Leave a Reply

Your email address will not be published. Required fields are marked *