ଆନନ୍ଦପୁର ହସ୍ପିଟାଲରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଯାଜପୁର ଗସ୍ତ ପରେ ଆନନ୍ଦପୁର ହସ୍ପିଟାଲରେ ପହଞ୍ଚିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ଆନନ୍ଦପୁର ହସ୍ପିଟାଲରେ ଡାଇରିଆ ସ୍ଥିତିର ସମୀକ୍ଷା କରିଥିବା ଜଣାପଡିଛି ।

ସୂଚନା ଯୋଗ୍ୟ; ରାଜ୍ୟରେ ଦିନକୁ ଦିନ ବଢୁଛି ହଇଜା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଏହାର ମୁକାବିଲା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ଯାଜପୁର ଜିଲ୍ଲା ଗସ୍ତ କରିଛନ୍ତି । ସେ ପ୍ରଥମେ ବଡଚଣା,ଧର୍ମଶାଳା,ମଧୁବନ ମେଡିକାଲ ପରିଦର୍ଶନ କରିବା ପରେ ଜିଲା ମୁଖ୍ୟ ଚିକିତ୍ସାଳୟ କୁ ଯାଇ ରୋଗୀ ମାନଙ୍କୁ ପଚାରିବା ସହିତ ସ୍ବାସ୍ଥ୍ୟ ସେବା ସଂପର୍କ ରେ ସମୀକ୍ଷା କରିଛନ୍ତି। ଏହା ପରେ ଆନନ୍ଦପୁର ହସ୍ପିଟାଲରେ ଡାଇରିଆ ସ୍ଥିତିର ସମୀକ୍ଷା କରି ଡ଼ାଇରିଆରେ ପୀଡିତ ହୋଇ ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସହ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ବନ୍ଧରେ ପଚାରି ବୁଝିବା ସହ ଡାଇରିଆର ସ୍ଥିତି ସମ୍ପର୍କରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *