ତୃତୀୟ ଦିନରେ ଡାକ୍ତରଙ୍କ ଆନ୍ଦୋଳନ । ଆଜି ବି ସାରା ରାଜ୍ୟରେ ଡାକ୍ତରଙ୍କ ୨ ଘଣ୍ଟିଆ OPD ବନ୍ଦ । ସରକାର ଲଗାଇଥିବା ଏସମାକୁ ମାନୁନାହାଁନ୍ତି ଡାକ୍ତର ସଂଘ । ସରକାର ଓ ଡାକ୍ତରଙ୍କ ମଧ୍ୟରେ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ୧୪ ଦଫା ଦାବି ନେଇ ଗତ ଡିସେମ୍ବର ୨୬ ତାରିଖରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।  ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ନିଷ୍ପତ୍ତି ଅନୁସାରେ ପ୍ରତିବାଦ ଜାରି ରହିବ ବୋଲି ଓମ୍‌ସା ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଓମ୍‌ସା ସହ ବୈଠକ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଅପରାହ୍ଣ ସାଢ଼େ ୧୨ଟାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ କରିବେ ବୋଲି ଜଣାପଡିଛି । ଏସ୍‌ମା ଲାଗୁ ପରେ ଜାରି ରହିଛି ଡାକ୍ତରଙ୍କ ଆନ୍ଦୋଳନ ।ଆଜିର ବୈଠକ ପରେ ବାହାରିପାରେ ସମାଧାନ ବାଟ । କରିବା ପରେ ମଧ୍ୟ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ଆସନ୍ତା ବୁଧବାର ରାଜ୍ୟର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର‌ରେ ପୂର୍ବ ନିଷ୍ପତ୍ତି ଅନୁସାରେ ସକାଳ ୯ଟାରୁ ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ଡାକ୍ତରମାନେ ଓପିଡି ବର୍ଜନ କରିଥିଲେ।

Leave a Reply

Your email address will not be published. Required fields are marked *