ପୂର୍ବତନ ମନ୍ତ୍ରୀ ତଥା ବରଗଡ଼ ଜିଲ୍ଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସୁଶାନ୍ତ ସିଂଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ଅସୁସ୍ଥ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଭେଟିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ସାକ୍ଷାତ ପରେ ସୁଶାନ୍ତ ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ପୂର୍ବାପେକ୍ଷା ଭଲ ଥିବା କହିଲେ ସ୍ବାସ୍ଥ୍ୟମନ୍ତ୍ରୀ । ଏହା ସହ ଯାହା ଆବଶ୍ୟକ ସରକାର ଯୋଗାଇ ଦେବେ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । କିଛି ଦିନ ପୂର୍ବରୁ ବିଜେଡ଼ି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁଶାନ୍ତ ସିଂଙ୍କୁ ହସ୍ପିଟାଲରେ ଯାଇ ଭେଟିଥିଲେ ।

ସୂଚନା ଯୋଗ୍ୟ; ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଦୀର୍ଘଦିନ ହେଲା ଅସୁସ୍ଥତା ଅନୁଭବ କରୁଥିଲେ। ଗତ କିଛିଦିନ ହେଲା ସେ ରାୟପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ବାସଭବନକୁ ଫେରିଥିଲେ। କିନ୍ତୁ ପୁଣି ସେ ଅସୁସ୍ଥତା ଅନୁଭବ କରିବାରୁ ପ୍ରଥମେ ବରଗଡ଼ର ଏକ ଘରୋଇ ନର୍ସିଂହୋମରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏହା ପରେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *