ଉତ୍ତରପ୍ରଦେଶର ହାଥରସରେ ଏକ ‘ସତସଙ୍ଗ’ରେ ୧୨୧ ଜଣଙ୍କର ମୃତ୍ୟୁ ଘଟିଥିବାରେ ପୂର୍ବତନ କନଷ୍ଟେବଳ ସୁରଜପାଲ୍‌ ତଥ‌ା ଆତ୍ମ ଘୋଷିତ ଭଗବାନ ଭୋଲେ ବାବା ପ୍ରଥମ ଥର ପାଇଁ ଭିଡ଼ିଓ ମଧ୍ୟରେ ସାମ୍ନାକୁ ଆସିଛନ୍ତି। ଭିଡିଓ ବାର୍ତ୍ତାରେ ସତସଙ୍ଗରେ ହୋଇଥିବା ଦଳାଚକଟାରେ ୧୨୧ ଜଣଙ୍କର ମୃତ୍ୟୁନେଇ ଦୁଃଖପ୍ରକାଶ କରିବା ସହ ସେ କହିଛନ୍ତି, କୌଣସି ଦୋଷୀଙ୍କୁ ଛଡ଼ାଯିବନି ବୋଲି ମୋର ବିଶ୍ବାସ ଅଛି । ଜୁଲାଇ ୨ରେ ଘଟିଥିବା ଘଟଣାରେ ମୁଁ ଅତ୍ୟନ୍ତ ମର୍ମାହତ । ପୀଡିତଙ୍କ ପରିବାରକୁ ଏହି ଦୁଃଖରୁ ବାହାରିବା ପାଇଁ ଭଗବାନ ଶକ୍ତି ଦିଅନ୍ତୁ ।

ଦୟାକରି ସରକାର ଏବଂ ପ୍ରଶାସନ ଉପରେ ବିଶ୍ବାସ ରଖନ୍ତୁ। ମୋର ବିଶ୍ୱାସ ଅଛି ଯେ ବିଶୃଙ୍ଖଳା ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ଛାଡ଼ କରାଯିବ ନାହିଁ। ମୋର ଓକିଲ ଏପି ସିଂଙ୍କ ମାଧ୍ୟମରେ ମୁଁ କମିଟିର ସଦସ୍ୟମାନଙ୍କୁ ଅନୁରୋଧ କରିଛି। ଶୋକସନ୍ତପ୍ତ ପରିବାର ଏବଂ ଆହତଙ୍କ ସହ ଠିଆ ହେବା ଏବଂ ସେମାନଙ୍କୁ ଜୀବନସାରା ସାହାଯ୍ୟ କରିବା ବୋଲି ଏକ ଭିଡିଓ ବିବୃତିରେ ଭୋଲେ ବାବା କହିଛନ୍ତି।

ଅନ୍ୟପଟେ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦେବପ୍ରକାଶ ମଧୁକର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଶ୍ରମର ମୁଖ୍ୟ ସେବାଦାର ଦେବପ୍ରକାଶ ମଧୁକର ଓ ଆୟୋଜକଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଆଇନ ଅନୁଯାୟୀ ଧାରା ୧୦୫, ୧୧୦, ୧୨୬,୨୨୩ ଓ ୨୩୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

Leave a Reply

Your email address will not be published. Required fields are marked *