ଆଇଏସ ପଦରୁ ଇସ୍ତଫା ଦେଲେ କି ବିଷ୍ଣୁପଦ ସେଠୀ? ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାଙ୍କ ହାତଲେଖା ଚିଠି । ଯେଉଁଥିରେ ସେ ମୁଖ୍ୟ ଶାସନ ସଚିବଙ୍କୁ ନିଜର ଇସ୍ତଫା ପଠାଇଥିବା ଲେଖା ହୋଇଛି । ଇସ୍ତଫା ପତ୍ରରେ ଲେଖା ଅଛି ଯେ ବିନା FIR ରେ ତାଙ୍କ ଘରକୁ ସିବିଆଇ ରେଡ୍ କରାଗଲା । ସେ ଆହୁରି କହିଛନ୍ତି ଏସବୁ ଉଦ୍ଦେଶ୍ୟ ପ୍ରଣୋଦିତ । ଏସବୁରେ ଅତିଷ୍ଟ ହୋଇ ଆଜି ସେ ପଦରୁ ଇସ୍ତଫା ଦେଉଛନ୍ତି ବୋଲି ସେ ଲେଖିଛନ୍ତି । ସୂଚନା ଅନୁଯାୟୀ ଆଜି ସକାଳେ ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ ଲାଞ୍ଚ ଅଭିଯୋଗ ମାମଲାରେ ଚଢ଼ାଉ କରିବାକୁ ସିବିଆଇର ୮ଜଣିଆ ଟିମ୍ ତାଙ୍କର ସରକାରୀ କ୍ୱାର୍ଟର୍ସରେ ପହଞ୍ଚିଥିଲେ । ପୂର୍ବରୁ ଭୁବନେଶ୍ୱରରେ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ଆଇଏସ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ର ସମନ ହୋଇଥିଲା । ସିବିଆଇ ସମନ କରିବା ପରେ ବି ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀ ହାଜର ହୋଇନଥିଲେ । Post navigation କଂଗ୍ରେସର ସଂକଳ୍ପ ପଦଯାତ୍ରା ସମୟରେ ଭକ୍ତ ଦାସ ଆହତ କିଟ୍ କଲେଜରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ଉଚ୍ଚସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର