ହରିୟାଣାର ରାଜନୀତିରେ ପଲଟିଲା ଖେଳ । ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ କଂଗ୍ରେସ ୬୫ ଟି ଆସନରେ ଆଗରେ ଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି । ବର୍ତ୍ତମାନ ହରିୟଣାରେ ୯୦ଟି ବିଧାନସଭାଭାରତୀୟ ଜନତା ପାର୍ଟି (ବିଜେପି) ୪୯ ଟି ଆସନରେ ଅଗ୍ରଣୀ ଥିବା ବେଳେ କଂଗ୍ରେସ ୩୫ ଟି ଆସନ, ଆଇଏନଏଲଡି ୧ ଟି, ବିଏସପି ୧ ଟି ଏବଂ ସ୍ଵାଧୀନ ପ୍ରାର୍ଥୀ ୪ ଟି ଆସନରେ ଆଗୁଆ ରହିଛନ୍ତି। ଲଗାତାର ତୃତୀୟ ଥର ବିଜେପି ସରକାର କରିବା ସମ୍ଭାବନା ଉଜ୍ୱଳ ହେଉଛି ।

ଅନ୍ୟପଟେ ଗଣନା ଆରମ୍ଭ ହେବା ପୂର୍ବରୁ ମଧ୍ୟ ନୂଆଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟ ବାହାରେ ଉତ୍ସବ ଆରମ୍ଭ ହୋଇଥିବାବେଳେ ଦଳ ସମର୍ଥକମାନେ ଢୋଲ ବଜାଇ ନାଚୁଥିବାର ଦେଖିବାକୁ ମିଳିଥିଲା କିନ୍ତୁ ଦ୍ଵିତୀୟ ପର୍ଯ୍ୟାୟର ଗଣତି ପରେ ଉତ୍ସବ ମୌଳି ଯାଇଥିବାର ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ, ଗତ ୫ ତାରିଖରେ ହରିୟାଣାର ୯୦ ସିଟ୍‌ରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ମତଦାନ ହାର ୬୭.୯ ପ୍ରତିଶତ ରହିଥିଲା। ଚଳିତ ନିର୍ବାଚନରେ ୧୦୧ ମହିଳା ଓ ୪୬୪ ସ୍ଵାଧୀନ ପ୍ରାର୍ଥୀଙ୍କ ସମେତ ୧୦୩୧ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି।

 

 

Leave a Reply

Your email address will not be published. Required fields are marked *