ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ୩୨ ବର୍ଷୀୟ ହରିଶ ରାଣାଙ୍କ ମୃତ୍ୟୁ ହୋଇଛି । ସେ ସୁପ୍ରିମକୋର୍ଟଙ୍କ ଠାରୁ ଇଚ୍ଛାମୃତ୍ୟୁ ଅନୁମତି ପାଇଥିଲେ । ଦେଶରେ ପ୍ରଥମ ଥର ପାଇଁ ଜଣଙ୍କୁ ଇଚ୍ଛାମୃତ୍ୟୁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଅନୁମତି ପରେ ହରିଶଙ୍କ ଲାଇଫ୍ ସପୋର୍ଟ କଢ଼ାଯାଇଥିଲା । ୧୩ ବର୍ଷ କୋମାରେ ରହିବା ପରେ ତାଙ୍କୁ ଇଚ୍ଛାମୃତ୍ୟୁ ଅନୁମତି ମିଳିଥିଲା । ହରିଶ ରାଣା ଏଭଳି ଅନୁମତି ପାଇଥିବା ପ୍ରଥମ ବ୍ୟକ୍ତି ହୋଇଥିବାରୁ ଏହା ଏକ ଐତିହାସିକ ନିଷ୍ପତ୍ତି ହୋଇଛି । ୨୦୧୩ ମସିହାରେ ହରିଶ ରାଣା ଇଞ୍ଜିନିୟରିଂ ପଢ଼ୁଥିବା ସମୟରେ, ଚଣ୍ଡିଗଡ଼ରେ ତାଙ୍କ ପିଜିର ଚତୁର୍ଥ ମହଲାର ବାଲକୋନିରୁ ପଡ଼ିଯାଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଏବଂ ସେବେଠାରୁ ହରିଶ ଆଉ ଚେତା ଫେରି ପାଇ ନଥିଲେ । ସେ ସମ୍ପୂର୍ଣ୍ଣ ଭାବେ କୋମାରେ ଥିଲେ, ଆର୍ଟିଫିସିଆଲ୍ ଲାଇଫ୍ ସପୋର୍ଟ ସିସ୍ଟମରେ ଥିଲେ ଏବଂ ସେ ସାରା ଜୀବନ ଏହିପରି ରହିବାର ସମ୍ଭାବନା ଥିଲା । ତେଣୁ ହରିଶଙ୍କ ପରିବାର ହରିଶଙ୍କ ଇଚ୍ଛାକୁ ସମ୍ମାନ ଦେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ । Post navigation No SC Status for Converts: ଧର୍ମ ପରିବର୍ତ୍ତନ କଲେ ରଦ୍ଦ ହେବ ଏସସି/ଏସଟି ମାନ୍ୟତା