ଅକ୍ଟୋବର ୬ ତାରିଖରୁ ହବିଷ୍ୟାଳୀ ଯୋଜନା ଆବେଦନ ଆରମ୍ଭ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ସେ କହିଛନ୍ତି ଅକ୍ଟୋବର ୧୮ରୁ ପୁରୀରେ କାର୍ତ୍ତିକ ବ୍ରତ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିବାବେଳେ ଅକ୍ଟୋବର ୬ରୁ ୧୧ ଯାଏଁ ଭକ୍ତଙ୍କ ଠାରୁ ଅନଲାଇନ୍ ଆବେଦନ ଗ୍ରହଣ କରାଯିବ।କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ । ଆବେଦନକରୀ ମାନେ ୬ରୁ ୧୧ ଯାଏଁ http://edistrict.odisha.gov.in ଏହି ୱେବସାଇଟରେ ଆବେଦନ କରିପାରିବେ । ଜିଲ୍ଲାପାଳ ଆଉ ମଧ୍ୟ କହିଛନ୍ତି ୨୫୦୦ ହବିଷ୍ୟାଳୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯିବ । ଏହା ସହ ସେମାନଙ୍କ ଯାତାୟାତ, ଖାଦ୍ୟ (ମହାପ୍ରସାଦ), ଶ୍ରୀ ଜଗନ୍ନାଥ ମନ୍ଦିରରେ ସନ୍ଧ୍ୟା ସମୟରେ ଧାର୍ମିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଆବଶ୍ୟକତା ଉପରେ ପଦକ୍ଷେପ ନିଆଯିବ। ବୃଦ୍ଧା ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଡାକ୍ତରମାନଙ୍କୁ ମଧ୍ଯ ନିୟୋଜିତ କରାଯିବ। Post navigation ମୁଖ୍ୟମନ୍ତ୍ରୀ କ୍ୱାର୍ଟର୍ସ ଛାଡିବେ କେଜରିୱାଲ ତିରୁପତି ଲଡୁ ବିବାଦ: ଗଠନ ହେବ ନୂଆ ଏସଆଇଟି