ଆଜିଠାରୁ ହବିଷିଆଳି ମା’ମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିବା ସହ ହବିଷ୍ୟାନ୍ନ ଗ୍ରହଣ କରିବେ। ଏଣୁ କାର୍ତ୍ତିକ ବ୍ରତଧାରୀ ହବିଷିଆଳି ମା’ମାନେ ବ୍ରତ ପାଳନ ପାଇଁ ଆଜିଠାରୁ ନିଜର ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଧରି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। । ପୁରୀରେ ହବିଷ୍ୟାଳୀଙ୍କ ରହଣି ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କିନ୍ତୁ ଗୁରୁବାର ସକାଳୁ କିଛି ହବିଷ୍ୟାଳୀ ଆନ୍ଦୋଳନ କରିଛନ୍ତି । ଅନେକ ହବିଷ୍ୟାଳି ପଞ୍ଜିକରଣ କରିନଥିବାରୁ ସେମାନଙ୍କୁ ରହିବା ପାଇଁ ସ୍ଥାନ ମିଳିନି । ଯାହାକୁ ନେଇ ପୁରୀ ବୃନ୍ଦାବତୀ ନିବାସରେ ଆନ୍ଦୋଳନ କରିଛନ୍ତି ହବିଷ୍ୟାଳି । ଚଳତବର୍ଷ ପୁରୀରେ ହବିଷ୍ୟାଳୀଙ୍କ ରହଣି ପାଇଁ ସରକାରଙ୍କ ତରଫରୁ ଅନଲାଇନ ଆବେଦନ ପାଇଁ କୁହାଯାଇଥିଲା । କିଛି ହବିଷ୍ୟାଳୀ ଅନଲାଇନରେ ଆବେଦନ କରିଛନ୍ତି ମାତ୍ର ସେମାନଙ୍କ ନାଁ ପଞ୍ଜିକରଣ ହୋଇ ନାହିଁ । ଫଳରେ ସେମାନଙ୍କୁ ରହିବାକୁ ଅନୁମତି ମିଳି ନାହିଁ । ତେଣୁ ସେମାନେ ବୃନ୍ଦାବତୀ ନିବାସ ଆଗରେ ବସି ରହିଛନ୍ତି । ପୁରୀ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳ ସେଠାରେ ପହଁଚି ବୁଝାସୁଝା କରୁଛନ୍ତି । ଅନଲାଇନରେ ପଞ୍ଜିକରଣ କରିଥିବା ବ୍ରତଧାରୀଙ୍କୁ ପ୍ରଥମେ ରହିବାକୁ ଅନୁମତି ପ୍ରଦାନ କରାଯିବ । ବଳକା ରହିଲେ ଅଣ ପଞ୍ଜିକୃତଙ୍କୁ ରହିବାକୁ ଅନୁମତି ମିଳିବ ବୋଲି ଉପ ଜିଲ୍ଲାପାଳ କହିଛନ୍ତି । ଚଳିତ ବର୍ଷ ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ପାଇଁ ରାଜ୍ୟ ସରକାର ଅନଲାଇନ ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହୋଇଥିଲା । ଚଳିତବର୍ଷ ସର୍ବାଧିକ ୨୫୦୦ ହବିଷ୍ୟାଳୀଙ୍କ ପାଇଁ ଶ୍ରୀକ୍ଷେତ୍ରରେ ରହଣିର ବ୍ୟବସ୍ଥା କରାଯାଇଥିଲା । ନରେନ୍ଦ୍ରକୋଣ ବୃନ୍ଦାବତୀ ନିବାସ, ବଡ଼ଦାଣ୍ଡ ଅକ୍ଷୟପାତ୍ର ଫାଉଣ୍ଡେସନ୍ ଗୃହ, ବଗଲା ଧର୍ମଶାଳା ଓ ମୋଚିସାହି କଲ୍ୟାଣମଣ୍ଡପରେ ହବିଷିଆଳିଙ୍କ ରହିବା ବ୍ୟବସ୍ଥା କରାଯାଇଛି। ହବିଷିଆଳି ଶିବିରରେ ମହାପ୍ରସାଦର ବ୍ୟବସ୍ଥା ସହ ଦୈନିକ ସନ୍ଧ୍ୟାରେ ପ୍ରବଚନ ଓ ଭଜନକୀର୍ତ୍ତନର ବ୍ୟବସ୍ଥା କରାଯାଇଛି। ଦୈନିକ ମହାପ୍ରଭୁଙ୍କ ଦର୍ଶନ ପରେ ଅନ୍ନଗ୍ରହଣ କରିଥାନ୍ତି ବ୍ରତଧାରୀ। ଚଳିତବର୍ଷ ବି ସମାନ ବ୍ୟବସ୍ଥା ଆପଣାଇଛି ପ୍ରଶାସନ। ସକାଳେ ମହାପ୍ରଭୁଙ୍କ ଦର୍ଶନ କରାଇବା ପରେ ଅପରାହ୍ନ ଅବା ସନ୍ଧ୍ୟାରେ ମହାପ୍ରସାଦ ସେବନର ବ୍ୟବସ୍ଥା କରିଛି। Post navigation ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ ସଂଜୀବ ଖାନ୍ନା ନ୍ୟାୟଦେବୀଙ୍କ ଆଖିରୁ ହଟିଲା ଅନ୍ଧପୁଟୁଳି