ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଛି । ୨୬ ଜାନୁଆରୀ ୨୦୨୯ ପର୍ଯ୍ୟନ୍ତ ଜ୍ଞାନେଶ କୁମାର ଏହି ପଦବୀର ରହିବେ । କେନ୍ଦ୍ର ଆଇନ ବିଭାଗ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ତାଙ୍କର ନିଯୁକ୍ତି ସଂପର୍କରେ ସୂଚନା ଦିଆଯାଇଛି । ସେ ଏବେ ରାଜୀବ କୁମାରଙ୍କ ସ୍ଥାନ ନେବେ । ୧୯୮୮ ବ୍ୟାଚର କେରଳ କ୍ୟାଡରର ଆଇଏଏସ ଅଫିସର ହେଉଛନ୍ତି ଜ୍ଞାନେଶ କୁମାର । ଜ୍ଞାନେଶ ବର୍ତ୍ତମାନ ନିର୍ବାଚନ ଆୟୋଗରେ କମିଶନର ଭାବେ କାର୍ଯ୍ୟରତ ଅଛନ୍ତି । ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ନିର୍ବାଚନ କମିସନ ନିଯୁକ୍ତି କମିଟି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଚୟନ କମିଟି ଜ୍ଞାନେଶଙ୍କ ନାଁ ଉପରେ ମୋହର ମାରିଛନ୍ତି ଏବଂ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଛନ୍ତି । ନିର୍ବାଚନ ଆୟୋଗରେ କମିଶନର ଭାବେ କାର୍ଯ୍ୟ କରିବା ପୂର୍ବରୁ ଜ୍ଞାନେଶ କୁମାର ଅନେକ ପ୍ରମୁଖ ପଦରେ ରହିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟରେ ଯୁଗ୍ମ ସଚିବ, ଗୃହ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଓ ଅତିରିକ୍ତ ସଚିବ, ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟରେ ସଚିବ ଓ ସହକାରିତା ମନ୍ତ୍ରଣାଳୟରେ ସଚିବ ପରି ପଦରେ କାମ କରିଛନ୍ତି । Post navigation କିଟ ଛାତ୍ରୀ ଆତ୍ମହତ୍ୟା: ନେପାଳ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ; ଏବିଭିପିର ବିକ୍ଷୋଭ ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ଜ୍ଞାନେଶ କୁମାର