ଆଜି ଗୁଜରାଟରେ ଏକ ବଡ଼ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଛି। ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଉଛନ୍ତି ରାଜ୍ୟପାଳ ।ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ନୂତନ କ୍ୟାବିନେଟ୍ ର ଶପଥ ଗ୍ରହଣ ସମାରୋହ ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ଅନୁଷ୍ଠିତ ହୋଇଛି। ହର୍ଷ ସାଂଘଭି ପ୍ରଥମେ ଶପଥ ଗ୍ରହଣ କରିଥିଲେ। ତାଙ୍କୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯାଇଛି। ପୂର୍ବରୁ ସେ ରାଜ୍ୟର ଗୃହମନ୍ତ୍ରୀ ଥିଲେ।

ମୋଟ ୨୬ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି, ଯେଉଁଥିରେ ତିନି ଜଣ ମହିଳା ଅଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ବ୍ୟତୀତ ତ୍ରିକମ ବିଜଲ ଛଙ୍ଗା, ସ୍ବରୂପଜୀ ସର୍ଦ୍ଦାରଜୀ ଠାକୁର, ପ୍ରବୀଣ ମାଲି, ଋଷିକେଶ ପଟେଲ, ପିସି ବରଣ୍ଡା, ଦର୍ଶନା ବାଘେଲା, କାନ୍ତିଲାଲ ଅମୃତିଆ, କୁୱଁରଜୀଭାଇ ବାବଲିଆ, ରୀବାବା ଜାଡେଜା, ଅର୍ଜୁନ ମୋଢ଼ୱାଡିୟା, ଡ. ପ୍ରଦ୍ୟୁମ୍ନ ୱାଜା, କୌଶିକ୍ ବେକରିୟା, ପରଷୋତ୍ତମ ସୋଲଙ୍କି, ଜିତେନ୍ଦ୍ର ବାଘାନି, ରମଣ ସୋଲଙ୍କି, କମଲେଶ ପଟେଲ, ସଞ୍ଜୟ ସିଂ ମହିଡା, ରମେଶ କଟାରା, ପ୍ରଫୁଲ୍ଲ ପାନସେରିଆ, ହର୍ଷ ସାଙ୍ଘଭୀ, ମନୀଷା ବକିଲ ଏବଂ ଈଶ୍ୱର ସିଂ ପଟେଲ ରହିଛନ୍ତି । ଗୁଜରାଟର ୯ ପୁରୁଣା ମନ୍ତ୍ରୀଙ୍କୁ ହଟାଯାଇଛି, ସେହିପରି ୬ ପୁରୁଣା ଚେହେରାଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି ।

ଗୁଜରାଟରେ ୨୫ ଜଣ ନୂତନ ମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇଛି। ଯେଉଁଥିରେ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ତଥା ବିଜେପି ବିଧାୟିକା ରିଭାବା ଜାଡେଜା ଗୁଜରାଟ କ୍ୟାବିନେଟରେ ମନ୍ତ୍ରୀ ହୋଇଛନ୍ତି । ତେବେ ଗୁରୁବାର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ବ୍ୟତୀତ ସମସ୍ତ ମନ୍ତ୍ରୀ ଇସ୍ତଫା ଦେବା ପରେ ଏହି ଅଦଳବଦଳ ହୋଇଥିଲା।

ଗୁରୁବାର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ବାଦ୍ ଦେଇ ରାଜ୍ୟର ସମସ୍ତ ୧୬ଜଣ ମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ । ଆଜି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଓ ପୁନର୍ଗଠନ ହୋଇଛି ।

Leave a Reply

Your email address will not be published. Required fields are marked *