୪ଟି ନୁହେଁ ୨ଟି ସ୍ଲାବରେ ହେବ ଜିଏସଟି । ୨ ଜିଏସଟି ହାର ପ୍ରସ୍ତାବକୁ ସମର୍ଥନ କରିଛି ଜିଏସଟି ପ୍ୟାନେଲ । ସୂଚନା ଅନୁସାରେ ୨ଟି ସ୍ଲାବ ବିଶିଷ୍ଟ ହେବ ଜିଏସଟି । ଗୋଟିଏ ହେଉଛି ୫% ସ୍ଲାବ ଓ ଅନ୍ୟଟି ହେଉଛି ୧୮% ସ୍ଲାବ । ବର୍ତ୍ତମାନ ଜିଏସଟିରେ ୫%, ୧୨%, ୧୮% ଏବଂ ୨୮% ଭଳି ଚାରିଟି ହାର ପ୍ରଯୁଜ୍ୟ ରହିଛି । ତେବେ କେନ୍ଦ୍ର ସରକାର ୧୨ପ୍ରତିଶତ ଏବଂ ୨୮ ପ୍ରତିଶତ ସ୍ଲାବକୁ ଉଚ୍ଛେଦ କରି ଦୁଇ ସ୍ତରୀୟ ଜିଏସଟି ପ୍ରସ୍ତାବ ଦେଇଛନ୍ତି । ଏହା ସହିତ ଗ୍ରୋସରି, ସାଇକେଲ, ଶିକ୍ଷା ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ GST ହାର ୧୨% ରୁ ୫% କୁ ହ୍ରାସ ଏବଂ ଇଲେକ୍ଟ୍ରୋନିକ୍ସ ଓ ଏହି ଉପକରଣର GST ହାର ୨୮% ରୁ ୧୮% ପର୍ଯ୍ୟନ୍ତ ହ୍ରାସ କରିବାର ସମ୍ଭାବନା ରହିଛି । Post navigation ଉପରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଭରିଲେ ଇଣ୍ଡି ମେଣ୍ଟ ପ୍ରାର୍ଥୀ ଏସିଆ କପରେ ଭାରତ-ପାକିସ୍ତାନ ଫାଇଟ୍ କୁ କ୍ରୀଡ଼ା ମନ୍ତ୍ରାଳୟର ଗ୍ରୀନ ସିଗନାଲ