ଓଡ଼ିଶା ଐତିହ୍ୟ କୋଣାର୍କର ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ବରେ ଜିପିଆରଏସ ଲେଜର ସ୍କାନିଙ୍ଗ ଆରମ୍ଭ ହୋଇଯାଇଛି । ହାଇଦ୍ରାବାଦର ନ୍ୟାସନାଲ ଜିଓଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଦ୍ବାରା ସର୍ଭେ କରାଯାଉଛି । ରେଡିଓ ୱେବ୍ ଜରିଆରେ ଭୂତଳର ୧୫ ମିଟର ଯାଏଁ ହେଉଛି ସ୍କାନିଂ । ଏଏସଆଇ ପୁରୀ ସର୍କଲର ଅଧୀକ୍ଷକ ଡି.ବି. ଗଡନାୟକ, ଡେପୁଟି ଇଞ୍ଜିନିୟର ଚିତ୍ତରଞ୍ଜନ ଦାଶଙ୍କ ନେତୃତ୍ବରେ ତିନିଜଣିଆ ଟିମ୍ ଏହି ସର୍ଭେ କାର୍ଯ୍ୟ କରିଛନ୍ତି।

ସର୍ଭେ କାମ ନେଇ ଏଏସ୍ଆଇ ଅଧୀକ୍ଷକ ଡି.ବି ଗଡ଼ନାୟକ କହିଛନ୍ତି କୋଣାର୍କ ସୂର୍ଯ୍ୟ ମନ୍ଦିରର ଚତୁଃପାର୍ଶ୍ଵରେ ୧୦ ଫୁଟ ତଳୁ ଜିପିଆରଏସ ଲେଜର ସ୍କାନିଂ କରାଯାଇଛି । ଏହି ସର୍ଭେ ପରେ ଜଣା ପଡିବ କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ଵରେ କଣ ରହିଛି । ଯଦି ମାଟି ତଳେ ପ୍ରାଚୀନ ଐତିହ୍ୟ ସନ୍ଧାନ ମିଳେ ତେବେ ପୁନରୁଦ୍ଧାର ହେବ ।

Leave a Reply

Your email address will not be published. Required fields are marked *