ରାଜ୍ୟର ପ୍ରମୁଖ ସହରରେ କୁକୁର ପାଇଁ ଶ୍ମଶାନ ତିଆରି କରିବେ ରାଜ୍ୟ ସରକାର। ଆଜି ବିଧାନସଭା ଗୃହରେ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନର ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଟ୍ବିନ୍‌ ସିଟି ସହ କିଛି ପ୍ରମୁଖ ସହରରେ କୁକୁରଙ୍କ ଅନ୍ତିମ ସଂସ୍କାର ନିମନ୍ତେ ଶ୍ମଶାନ ତିଆରି କରିପାରନ୍ତି ରାଜ୍ୟ ସରକାର। ଏ ସମ୍ପର୍କରେ ସରକାର ବିଚାର କରିବେ । ବିଧାୟିକାଙ୍କ ଏହି ପ୍ରସ୍ତାବ ପ୍ରଶଂସନୀୟ । ଜନସ୍ବାସ୍ଥ୍ୟ ସୁବିଧା ପାଇଁ ବିଶେଷଜ୍ଞଙ୍କ ସହ ପରାମର୍ଶରେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ।

Leave a Reply

Your email address will not be published. Required fields are marked *