ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବିକ୍ରମ ଦେବ ଦତ୍ତଙ୍କୁ ପଦରୁ ହଟାଇଦିଆଯାଇଛି  । ଭାରତୀୟ ଏୟାରଲାଇନ୍ସକୁ ଏକ ସପ୍ତାହରୁ କମ୍ ସମୟ ମଧ୍ୟରେ ବାରମ୍ବାର ବୋମା ଧମକ ମିଳିବା ପରେ ତାଙ୍କୁ ଏହି ପଦବୀରେ ହଟାଇବାକୁ ନିଷ୍ପତ୍ତି ନେଇଥିଲା କେନ୍ଦ୍ର । ଏହା ପରେ ବିକ୍ରମ ଦେବଦତ୍ତଙ୍କୁ କୋଇଲା ସଚିବ ଭାବେ ନିଯୁକ୍ତି କରାଯାଇଛି ।

ଅନ୍ୟପଟେ ଭାରତୀୟ ଏୟାରଲାଇନ୍ସକୁ ବାରମ୍ବାର ବୋମା ଧମକ ମିଳୁଥିବା ବେଳେ ଏସବୁକୁ ନେଇ ଶନିବାର ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏଏସ୍)ର ଅଧିକାରୀମାନେ ରାଜୀବ ଗାନ୍ଧୀ ଭବନରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବିଭିନ୍ନ ଏୟାରଲାଇନ୍ସ ଅପରେଟରଙ୍କ ଓ ସିଇଓଙ୍କ ବୈଠକ କରିଥିଲେ । ଯାତ୍ରୀଙ୍କ ପାଇଁ ଭୟ ଓ ଅସୁବିଧା ସୃଷ୍ଟି କରୁଥିବା ବିପଦର ମୁକାବିଲା ପାଇଁ ସିଇଓମାନଙ୍କୁ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜିଓର (ଏସ୍ଓପି) ବିଷୟରେ ଅବଗତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *