ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ଧାନ କିଣା ପ୍ରକ୍ରିୟାକୁ ନେଇ ଆଜି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ କହିଛନ୍ତି ୩୧୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟରେ ସୋହେଲାରୁ ଧାନ କିଣା ଆରମ୍ଭ କରିବେ ରାଜ୍ୟ ସରକାର । ଯେଉଁ ସୋହେଲାରେ ବିଜେଡି ୧୦୦ ଟଙ୍କା ବୋନସ ଦେବ କହି ଦେଇନଥିଲା କିନ୍ତୁ ସେହି ସୋହେଲାରୁ ୮୦୦ଟଙ୍କା ବୋନସ ଦେଇ ଲୋକଙ୍କଠୁ ଧାନ କିଣିବେ ରାଜ୍ୟ ସରକାର ।

ସେ କହିଛନ୍ତି କେନ୍ଦ୍ର ସରକାର ଧାନର ଏମଏସପି ୨୩ ଶହ ଟଙ୍କା ଧାର୍ଯ୍ୟ କରିଛନ୍ତି । କିନ୍ତୁ ସରକାର ସମୃଦ୍ଧ କୃଷକ ନୀତିରେ କୃଷକଙ୍କୁ ଆଉ ୮ ଶହ ଟଙ୍କା ବୋନସ ଦେଇ ଧାନ କିଣିବେ ।

Leave a Reply

Your email address will not be published. Required fields are marked *