ଡିପଫେକ ସହ ଅନ୍ୟାନ୍ୟ ବିଭ୍ରାନ୍ତୀକର ଅନଲାଇନ କଣ୍ଟେଣ୍ଟକୁ ରୋକିବା ପାଇଁ କେନ୍ଦ୍ର ସରକାର ସଂସଦର ଆଗାମୀ ଅଧିବେଶରେ ନୂଆ ବିଲ୍ ଆଣିବାକୁ ଯାଉଥିବା ଜଣାପଡ଼ିଛି। କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବଶୀଘ୍ର ଡିଜିଟାଲ ଇଣ୍ଡିଆ ବିଲ ଆଣିବେ। ବର୍ତ୍ତମାନ ଦେଶରେ ଏଆଇ ଦ୍ୱାରା ବିଭିନ୍ନ ପ୍ରକାରର ଡିପଫେକ ବିଷୟବସ୍ତୁ ଭାଇରାଲ କରାଯାଉଛି। କେଉଁଟା ସତ ଓ କେଉଁଟା ମିଛ, ତାହା ଜାଣିବା ମୁସ୍କିଲ ହୋଇ ପଡ଼ୁଛି। ଡିପଫେକ ସହ ଅନ୍ୟାନ୍ୟ ବିଭ୍ରାନ୍ତୀକର ଅନଲାଇନ କଣ୍ଟେଣ୍ଟକୁ ରୋକିବା ପାଇଁ କେନ୍ଦ୍ର ସରକାର ସଂସଦର ଆଗାମୀ ଅଧିବେଶରେ ନୂଆ ବିଲ ଆଣିବାକୁ ଯାଉଥିବା ଜଣାପଡ଼ିଛି। ଆସିବାକୁ ଥିବା ଡିଜିଟାଲ ଇଣ୍ଡିଆ ବିଲ୍ରେ ଏଆଇ ଟେକ୍ନୋଲୋଜିର ସକରାତ୍ମକ ବ୍ୟବହାର ପାଇଁ ବ୍ୟବସ୍ଥା କରାଯିବ। ବିଲ ଆଣିବା ପୂର୍ବରୁ କେନ୍ଦ୍ର ସରକାର ବିଭିନ୍ନ ରାଜନୀତିକ ଦଳଗୁଡ଼ିକ ସହ ମଧ୍ୟ ଏନେଇ ଆଲୋଚନା କରିବେ। ଏହାବାଦ ଆଗାମୀ ଅଧିବେଶନରେ ୟୁଟ୍ୟୁବ ସମେତ ବିଭିନ୍ନ ଅନଲାଇନ ପ୍ଲାଟଫର୍ମରେ ପୋଷ୍ଟରେ ହେଉଥିବା ଭିଡିଓକୁ ରେଗୁଲେଟ କରିବା ପାଇଁ ମଧ୍ୟ କେନ୍ଦ୍ର ସରକାର ବିଲ ଆଣିବେ। Post navigation ଆହୁରି ୪ ଦିନ ତାତିରୁ ନିସ୍ତାର ନାହିଁ ! ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାରକୁ ଭେଟିଲେ କଣ୍ଟାବାଞ୍ଜି ବିଧାୟକ