ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଏଣିକି ବୁଢ଼ା ବାପା ମାଆଙ୍କ ସେବା କରିବା ପାଇଁ କେନ୍ଦ୍ର ସରକାରୀ କର୍ମଚାରୀ ନେଇ ପାରିବେ ମାସେ ଛୁଟି। ସେବା ନିୟମ ଅନୁଯାୟୀ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ୩୦ ଦିନର ଛୁଟି ଦିଆଯିବ। ଯାହାଦ୍ୱାରା ସେମାନେ ତାଙ୍କର ବୃଦ୍ଧ ପିତା ମାତାଙ୍କ ଯତ୍ନ ନେଇ ପାରିବେ। ଏ ନେଇ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଗୁରୁବାର ଏହି ଛୁଟି ବିଷୟରେ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କୁ ପଚରାଯାଇଥିଲା ଯେ ସରକାରୀ କର୍ମଚାରୀମାନେ ସେମାନଙ୍କର ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ପାଇଁ ଛୁଟି ପାଇବାର କୌଣସି ବ୍ୟବସ୍ଥା ଅଛି କି? ଏହାର ଲିଖିତ ଉତ୍ତରରେ ଜିତେନ୍ଦ୍ର ସିଂହ କହିଛନ୍ତି କେନ୍ଦ୍ରୀୟ ସିଭିଲ୍ ସେବା (ଛୁଟି) ନିୟମ, ୧୯୭୨ ଅନୁଯାୟୀ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଅନ୍ୟାନ୍ୟ ଯୋଗ୍ୟ ଛୁଟି ବ୍ୟତୀତ ୩୦ ଦିନର ଅର୍ଜିତ ଛୁଟି, ୨୦ ଦିନର ଅଧା ବେତନ ଛୁଟି, ଆଠ ଦିନର ଆକସ୍ମିକ ଛୁଟି ଏବଂ ପ୍ରତିବର୍ଷ ଦୁଇ ଦିନର ପ୍ରତିବନ୍ଧିତ ଛୁଟି ପ୍ରଦାନ କରାଯାଇଛି। ଯାହା ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ସମେତ ଯେକୌଣସି ବ୍ୟକ୍ତିଗତ କାରଣରୁ ଉପଲବ୍ଧ ହୋଇପାରିବ । Post navigation ଅନିଶ୍ଚିତତାରେ ଓଡ଼ିଶା ମେଟ୍ରୋ ପ୍ରକଳ୍ପ; କେନ୍ଦ୍ରକୁ ଯାଇନି ପ୍ରସ୍ତାବ ବଢ଼ିଲା ବୁଣାକାର ଶ୍ରମିକଙ୍କ ଭତ୍ତା