ମାଦକ ଦ୍ରବ୍ୟରେ ସାମିଲ୍ ହେଲା ‘ଭାଙ୍ଗ’ । ଏନେଇ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଓଡିଶା ଏକ୍ସାଇଜ୍ ଆକ୍ଟ, ୨୦୦୮  ଓ ଓଡିଶା ଆକ୍ଟ ୧୦, ୨୦୧୩ ର ଧାରା ୨ର କ୍ଲଜ (t) ଅନୁଯାୟୀ ଅବକାରୀ ବିଭାଗ ଏହି ଘୋଷଣା କରିଛି।

ଭାଙ୍ଗ ଏକ ପ୍ରକାର ଦ୍ରବ୍ୟ ଯାହା ଗଞ୍ଜେଇ ଗଛ ନାମକ ଏକ ଗଛରୁ ସଂଗ୍ରହ କରାଯାଏ ଓ ଭାରତୀୟ ଉପମହାଦେଶରେ ଖାଦ୍ୟ ଓ ପାନୀୟରେ ମିଶେଇ ଏକ ମନଉତ୍ତେଜକ ଔଷଧ ଭାବରେ ବ୍ୟବ‌ହାର କରାଯାଏ । ଏହାକୁ ମିଶ୍ରଣ କରି ଦୁଧ, ଘିଅ ଓ ମସଲା ମିଶେଇ ଦେବାପରେ ନିଶା ପାନୀୟ ନିମନ୍ତେ ପ୍ରସ୍ତୁତ ହୋଇଯାଏ ଯାହା ମଦ୍ୟପାନ ଭଳି କାମ କରେ ଓ ଏହାକୁ ଭାଙ୍ଗ କୁହାଯାଏ ।

Leave a Reply

Your email address will not be published. Required fields are marked *