ଜମ୍ମୁ-କାଶ୍ମୀର ୮୭ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ବନ୍ଦ ହେଲା ୪୮ଟି। ପର୍ଯ୍ୟଟନ ସ୍ଥଳକୁ ବନ୍ଦ କଲେ ଜାମ୍ମୁ-କାଶ୍ମୀର ସରକାର। ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଏଗୁଡ଼ିକୁ ବନ୍ଦ କରିଦିଆଯାଇଥିବା ସୂଚନା ମିଳିଛି। ଦେଶ ସମେତ ବିଦେଶରୁ ମଧ୍ୟ ପର୍ଯ୍ୟଟକମାନେ କାଶ୍ମୀର ଆସିବା ଆରମ୍ଭ କରିଥିବା ବେଳେ ପହଲଗାମ୍ ଆତଙ୍କୀ ହମଲା ପରେ ଭୟରେ ଥରୁଛନ୍ତି ପର୍ଯ୍ୟଟକ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପହଲଗାମ ଆକ୍ରମଣ ପରେ ରାଜ୍ୟରେ କିଛି ସ୍ଲିପର ସେଲ୍ ଆକ୍ଟିଭ ହୋଇଛନ୍ତି। କାଶ୍ମୀର ଘାଟିରେ ଘାଟିରେ ସକ୍ରିୟ ଆତଙ୍କବାଦୀଙ୍କ ଘର ସରକାର ଧ ଧ୍ୱଂସ ହେବାର ପ୍ରତିଶୋଧ ସ୍ୱରୂପ ଏକ ବଡ଼ ଓ ପ୍ରଭାବଶାଳୀ ଆକ୍ରମଣର ଯୋଜନା କରୁଛନ୍ତି।bଯେଉଁଥିରେ ସେମାନେ ଲୋକଙ୍କୁ ଟାର୍ଗେଟେଡ୍ କରି ହତ୍ୟା କରିବାକୁ ଯୋଜନା କରୁଥିବା ଗୁଇନ୍ଦା ସୂଚନା ମିଳିଛି। ଏହାପରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଯଥେଷ୍ଟ ସୁଦୃଢ଼ କରାଯାଇଛି। ସୁରକ୍ଷା ବାହିନୀ ଗୁଲମାର୍ଗ, ସୋନମାର୍ଗ ଏବଂ ଡାଲ ଲେକ୍ ଅଞ୍ଚଳ ସମେତ ସମ୍ବେଦନଶୀଳ ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ଜମ୍ମୁ ଓ କାଶ୍ମୀର ପୁଲିସର ସ୍ୱତନ୍ତ୍ର ଅପରେସନ ଗ୍ରୁପ (ଏସଓଜି) ରୁ ଗଠିତ ଆଣ୍ଟି-ଫିଦାୟୀନ ଦଳ ମୁତୟନ କରିଛନ୍ତି। Post navigation ଆଜି ସରୁଛି ପାକିସ୍ତାନୀଙ୍କ ଡେଡଲାଇନ୍ ଆତ୍ମସମର୍ପଣ କଲେ ୨୪ ମାଓବାଦୀ