Govt announces first list of Padma awardees

ଗଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ଆଜି ପଦ୍ମଶ୍ରୀ ପୁରସ୍କାର ବିଜେତାଙ୍କ ପ୍ରଥମ ତାଲିକା ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

କଳା, ସାହିତ୍ୟ, ଶିକ୍ଷା, କ୍ରୀଡା, ଔଷଧ ଏବଂ ସମାଜ ସେବା ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ ।

ଗୋଆର ସ୍ୱାଧୀନତା ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୦୦ ବର୍ଷୀୟ ଲିବିଆ ଲୋବୋ ସରଦେଶାଇ, ଦିଲ୍ଲୀର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ନୀରଜ ଭଟ୍‌ଲା ଓ ଭୋଜପୁରର ସମାଜସେବୀ ଭୀମ ସିଂ ଭବେଶଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି ।

ଦକ୍ଷିଣ ଭାରତୀୟ ସଙ୍ଗୀତ ଓ ସଂସ୍କୃତି ପାଇଁ ଗୁରୁତ୍ୱପୂର୍ଣ୍ଣ ଶାସ୍ତ୍ରୀୟ ବାଦ୍ୟଯନ୍ତ୍ର ଥାଭିଲରେ ବିଶେଷଜ୍ଞତା ହାସଲ କରିଥିବା ବାଦ୍ୟବାଦକ ପି ଦଚନମୂର୍ତ୍ତିଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ ।

ଏହି ତାଲିକାରେ ପାରା ଅଲମ୍ପିଆନ ହରବିନ୍ଦର ସିଂ ( ତୀରନ୍ଦାଜ), ପି ଦାଚନାମୂର୍ତ୍ତି (ଦକ୍ଷିଣ ଭାରତୀୟ ସଙ୍ଗୀତ), ହ୍ୟୁ ଏବଂ କଲିନ୍ ଗାଞ୍ଜର (ଭାରତ ଭ୍ରମଣ ସାମ୍ବାଦିକତା), ଏଲ୍ ହାଙ୍ଗଥିଂ (ଫଳ ଉତ୍ପାଦନ), ଭେଙ୍କାପ୍ପା ଅମ୍ବାଜୀ ସୁଗତେକର (ଗୋନ୍ଧାଲି ଲୋକ ଗାୟକ), ବେରୁ ସିଂହ ଚୌହାନ (ନିର୍ଗୁଣ ଭକ୍ତି ଭଜନ ଗାୟକ), ନରେନ ଗୁରୁଙ୍ଗଙ୍କ (ଲୋକ ଗାୟକ) ଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ।

ଏହି ତାଲିକାରେ ଗାନ୍ଧୀବାଦୀ ରାଧାବାହିନୀ ଭଟ୍ଟ, ଆସାମର ଜୋଏନାଚର ଭଟ୍ଟାରୀ, ଢାକ ବାଦକ ଗୋକୂଳ ଚନ୍ଦ୍ର ଦାସ, କୁଏତର ଯୋଗ ପ୍ରଶିକ୍ଷକ ସାଇଖା ଏଜେ ଅଲ ସବା, ଆପଲ ସମ୍ରାଟ ହାରିମାନ ଏବଂ ବ୍ରାଜିଲର ବେଦାନ୍ତ ଗୁରୁ ଜୋନାସ ମାସେଟିଙ୍କ ସମେତ ଅନେକ ଅଜଣା ଏବଂ ଅନନ୍ୟ ପଦ୍ମ ପୁରସ୍କାର ବିଜେତା ରହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *