ଓଡ଼ିଶାର ରାଜ୍ୟପାଳ ତଥା ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ହରିବାବୁ କମ୍ଭମପତି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟଙ୍କୁ ପୁଣି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ଭାବରେ ନିଯୁକ୍ତ କରିଛନ୍ତି । ଯଜ୍ଞେଶ୍ୱର ଦଣ୍ଡପାଟଙ୍କ ନିଯୁକ୍ତି ନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ କୁଳପତି ନିଯୁକ୍ତି ପର୍ଯ୍ୟନ୍ତ ପ୍ରଫେସର ଦଣ୍ଡପାଟ ଦାୟିତ୍ୱରେ ରହିବେ । ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତିକୁ ରଦ୍ଦ କରିଦେଇଥିଲେ ରାଜ୍ୟପାଳ । ଏନେଇ ଓଡିଶା ହାଇକୋର୍ଟଙ୍କୁ ଆଡଭୋକେଟ ଜେନେରାଲ ଅବଗତ କରିଥିଲେ । କୁଳାଧିପତି ଉତ୍କଳ ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ପ୍ରଫେସର୍ ଯଜ୍ଞେଶ୍ଵର ଦଣ୍ଡପାଟଙ୍କୁ ଭାରପ୍ରାପ୍ତ କୁଳପତି ଭାବରେ ୨୭ ମେ ୨୦୨୫ରେ ନିଯୁକ୍ତି ଦେଇଥିଲେ । Post navigation ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ୧୪ ଦିନ ବଢ଼ିଲା ଏଚ୍ଓଡି ସମୀର ସାହୁଙ୍କ ହାଜତ ଅବଧି ଓଡ଼ିଶାରେ ସମ୍ଭାବ୍ୟ ବନ୍ୟା ମୁକାବିଲା ନେଇ ସରକାରଙ୍କ ବଡ଼ ବୈଠକ