ଓଡ଼ିଶା ବିଧାନସଭାରେ ବଜେଟ ଉପସ୍ଥାପନ ହେବାର ଦିନକ ପୂର୍ବରୁ ପ୍ରକାଶ ପାଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଏହି ରିପୋର୍ଟ ଅନୁଯାୟୀ ଜାତୀୟ ସ୍ତରଠୁ ରାଜ୍ୟର ମୁଣ୍ଡ ପିଛା ଆୟ ବୃଦ୍ଧି ପାଇଛି । ୨୦୨୫-୨୬ ରେ ରାଜ୍ୟର ମୁଣ୍ଡପିଛା ଆୟରେ ୯.୨% ଅଭିବୃଦ୍ଧି ହୋଇଛି । ଜାତୀୟ ଅଭିବୃଦ୍ଧି ହାର ୬.୯ ଥିବା ବେଳେ ଓଡ଼ିଶାରେ ଅଭିବୃଦ୍ଧି ହାର ୯.୨% ରହିଛି । ୯.୨ % ଅଭିବୃଦ୍ଧି ସହ ରାଜ୍ୟରେ ମୁଣ୍ଡପିଛା ଆୟ ୧,୮୬,୭୬୧ ଟଙ୍କା ରହିଛି । ଅର୍ଥବ୍ୟବସ୍ଥାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅବଦାନ ଜାତୀୟ ହାରରୁ ଅଧିକ ରହିଛି । ଜାତୀୟ ଅବଦାନ ୧୬.୮% ଥିବା ବେଳେ ରାଜ୍ୟର ଅବଦାନ ୧୯.୬% ରହିଛି । ଜାତୀୟ ଅଭିବୃଦ୍ଧି ହାର ୩.୧ ଥିବା ବେଳେ ଓଡ଼ିଶାର ଅଭିବୃଦ୍ଧି ହାର ୫.୩% ରହିଛି । ଜିଏସଡିପିରେ ମଧ୍ୟ ୯.୫%ର ଅଭିବୃଦ୍ଧି ଦେଖିବାକୁ ମିଳିଛି । ୯ ଲକ୍ଷ କୋଟିରୁ ବୃଦ୍ଧି ପାଇ ଜିଏସଡିପି ୯.୯ ଲକ୍ଷ କୋଟିରେ ପହଞ୍ଚିଛି । ବାସ୍ତବ ଅଭିବୃଦ୍ଧି ହାର ମଧ୍ୟ ଜାତୀୟ ହାର ଠାରୁ ଆଗରେ ରହିଛି । ଜାତୀୟ ହାର ୭.୪ ରହିଥିବା ବେଳେ ଓଡ଼ିଶାର ହାର ୭.୯% ଆକଳନ କରାଯାଇଛି । ୫%ରୁ ବୃଦ୍ଧି ପାଇ ପୁଞ୍ଜି ବ୍ୟବୟବରାଦ ୬.୬%ରେ ପହଞ୍ଚିବା ଟାର୍ଗେଟ୍ ରଖାଯାଇଛି । ଓଡ଼ିଶାର ଋଣ ଓ ଜିଏସଡିପି ଅନୁପାତ ୧୩.୬% ରହିବା ନେଇ ଆକଳନ କରାଯାଇଛି । ପ୍ରଶ୍ନକାଳରେ ଆଜି ଜଳ ସମ୍ପଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଯୋଜନା ଓ ସଂଯୋଜନା, ଇସ୍ପାତ ଓ ଖଣି, ସୂଚନା ଓ ଲୋକସମ୍ପର୍କ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ବିବୃତି ରଖିବେ । Post navigation Matric Exam 2026: ଆଜିଠୁ ମାଟ୍ରିକ ପରୀକ୍ଷା, AI ନଜରରେ ରହିବ ପରୀକ୍ଷାକେନ୍ଦ୍ର 6 Lane Road In Palasuni: ଭିଡ଼ ନିୟନ୍ତ୍ରଣ ପାଇଁ NHAIର ପଦକ୍ଷେପ; ପଳାଶୁଣୀରେ ହେବ ୬ ଲେନ୍ ରାସ୍ତା