ବଦଳି, ପୋଷ୍ଟିଂ ପାଇଁ ଚାପ ପକାଉଥିବା କର୍ମଚାରୀଙ୍କ ପାଇଁ ବଡ ଖବର । ବଦଳି, ପୋଷ୍ଟିଂ ପାଇଁ କୌଣସି ଚାପ ପକାଇଲେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ସବୁ ବିଭାଗର ସଚିବମାନଙ୍କୁ ଚିଠି କଲେ ମୁଖ୍ୟ ଶାସନ ସଚିବ । ମୁଖ୍ୟ ଶାସନ ସଚିବଙ୍କ ଅନୁଯାୟୀ କିଛି କର୍ମଚାରୀ ବଦଳି ବା ପୋଷ୍ଟିଂ ପାଇଁ ପ୍ରଭାବ ପକାଉଥିବା ଦେଖାଯାଉଛି। ଏହା ସରକାରୀ ଚାକିରିର ସର୍ଭିସ କଣ୍ଡକ୍ଟ ରୁଲ୍ ୧୯୫୯କୁ ଉଲ୍ଲଂଘନ କରୁଛି’। ପ୍ରଶାସନିକ ଆବଶ୍ୟକତା ଅନୁସାରେ ବଦଳି ବା ପୋଷ୍ଟିଂ କରାଯାଇଥାଏ’ । କାର୍ଯ୍ୟଦକ୍ଷତାକୁ ଦୃଷ୍ଟିରେ ରଖି ବିଧି ବ୍ୟବସ୍ଥା ଅନୁସାରେ ନିଯୁକ୍ତି କରାଯାଇଥାଏ । ବଦଳି ପାଇଁ ଚାପ ପକାଇଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ଗ୍ରହଣ କରାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । Post navigation ଋତୁସ୍ରାବ ପାଇଁ ସରକାରୀ ମହିଳା କର୍ମଚାରୀଙ୍କୁ ମିଳିବ ଛୁଟି କୋରାପୁଟ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଙ୍କ ଧାରଣା