ଭୟଙ୍କର ଭୂକମ୍ପରେ ଥରିଉଠିଲା ମିଆଁମାରା । ମିଆଁମାରରେ ଲଗାତାର ୨ଟି ଭୁକମ୍ପ ହୋଇଥିବା ବେଳେ ଏହାର ତୀବ୍ରତା ୭.୭ ଏବଂ ୭.୨ ରହିଥିଲା, ଯାହାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହା ସହ ଅନେକ ମୃତାହତ ହୋଇଥିବା ଜଣାପଡ଼ିଛି ।ବିଭିନ୍ନ ସ୍ଥାନରେ କୋଠା ଭୁଷୁଡ଼ି ୪୩ ଜଣ ନିଖୋଜ ହୋଇଥିବା ଖବର ଆସୁଛି। ତେବେ ପରିସ୍ଥିତିକୁ ଦେଖି ଦେଶରେ ଏମରଜେନ୍ସି ଘୋଷଣା କରିଛନ୍ତି ଥାଇଲ୍ୟାଣ୍ଡ ସରକାର।

ବ୍ୟାଂକକର ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ୨ ଘଣ୍ଟା ପାଇଁ ବନ୍ଦ କରି ଦିଆଯାଇଛି । ବ୍ୟାଂକକର ମେଟ୍ରୋ ସେବା ବାତିଲ ହୋଇଛି ।

ଅନ୍ୟପଟେ ମିଆଁମାର ଓ ଥାଇଲାଣ୍ଡରେ ଭୟଙ୍କର ଭୂକମ୍ପରେ ପରିସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ଭୂମିକମ୍ପ ପରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନେଇ ମୁଁ ଚିନ୍ତିତ । ସମସ୍ତଙ୍କ ସୁରକ୍ଷା ଏବଂ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି । ଭାରତ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି । ଦୁଇ ଦେଶର ସରକାରଙ୍କ ସହିତ କଥା ହେବା ପାଇଁ MEA କୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *