ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାକୁ ଆଉ ଏକ ବର୍ଷ ବୃଦ୍ଧି କଲେ ରାଜ୍ୟ ସରକାର । ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହାର ସମୟ ସୀମା ଥିବାବେଳେ ଏହାକୁ ରାଜ୍ୟ ସରକାର ଆଉ ଏକ ବର୍ଷ ନିମନ୍ତେ ବୃଦ୍ଧି କରିଛନ୍ତି। ପୁଣିଥରେ ଆବେଦନ ଜରୁରୀ ନାହିଁ। ଏହା ପୂର୍ବ ବର୍ଷ ରହିଥିବା ତାଲିକା କାର୍ଯ୍ୟ କରିବ। ଏହି ସଂପର୍କରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଦ୍ଵାରା ବିଜ୍ଞପ୍ତି ଜାରି ହେଉଛି।

ସୂଚନା ଅନୁସାରେ :-

୧) ଯେଉଁ ସାମ୍ୱାଦିକ ଗଣ ନିଜେ କାର୍ଯ୍ୟ କରୁଥିବା ସମ୍ପୃକ୍ତ ଗଣ ମାଧ୍ୟମରେ ପରିବର୍ତ୍ତନ କରିଛନ୍ତି, ଅନ୍ୟ ଏକ ଗଣ ମାଧ୍ୟମରେ କାର୍ଯ୍ୟ କରୁଛନ୍ତି ତେବେ ସେମାନେ ନିଜ ସମ୍ପାଦକଙ୍କ ଦ୍ବାରା ପତ୍ର ମାଧ୍ୟମରେ ଜାଣନ୍ତୁ। ଯାହା ଫଳରେ ସେମାନଙ୍କ ଗଣ ମାଧ୍ୟମର ନାମ ପରିବର୍ତ୍ତନ କରାଯାଇ ପାରିବ।

୨) କେହି ଯଦି ଗଣମାଧ୍ୟମ ଛାଡିଛନ୍ତି, ତେବେ ଲିଖିତ ଜଣାଇବେ।

୩) କୌଣସି ଗଣ ମାଧ୍ୟମ ବ୍ୟକ୍ତି ଯଦି ଇହଲିଲା ସମ୍ଭରଣ କରିଛନ୍ତି ତାହା ଜାଣନ୍ତୁ ତେବେ ସେମାନଙ୍କ ନାମ ତାଲିକାରୁ ବାଦ୍ ଦିଆଯିବ।

Leave a Reply

Your email address will not be published. Required fields are marked *