ଗୋପାଳପୁର ଗଣବଳାତ୍କାର ଘଟଣାରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୋମବାର ଦିନ ଅଭିଯୁକ୍ତଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ପ୍ରମାଣ ମିଳିଥିବା ସୂଚନା ଦେଇଛନ୍ତି । କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି ଯେ ଅଭିଯୁକ୍ତଙ୍କ କ୍ରାଇମ୍ ସିନ୍ ସିସିଟିଭିରେ କଏଦ ହୋଇଛି । ଆବଶ୍ୟକ ସ୍ଥଳେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ଏହି ଘଟଣାରେ ଏବେଯାଏଁ ପୋଲିସ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ୪ ନାବାଳକ । ୩ ଜଣ ଗଣଦୁଷ୍କର୍ମ କରିଥିବା ବେଳେ ଅନ୍ୟମାନେ ସହଯୋଗ କରିଥିଲେ । ସୂଚନା ଅନୁଯାୟୀ, ଦିନିକିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ବ୍ରହ୍ମପୁର SDJM କୋର୍ଟ ରୁରାଲ୍ ଅନୁମତି ପ୍ରଦାନ କରିଛନ୍ତି । Post navigation ଧରାକୋଟରେ ଦୁଇ ଦଳିତଙ୍କୁ ନିର୍ଯାତନା ଘଟଣାକୁ ନିନ୍ଦା କଲେ କଂଗ୍ରେସ୍ ନେତା ରାହୁଲ ଗାନ୍ଧୀ ବଜ୍ରାଘାତରେ ଭାଙ୍ଗିଲା ଯୋରନ୍ଦା ମହିମା ଗାଦିର ଦଧିନଉତି