ଅହେତୁକ ବୃଦ୍ଧି ପରେ ଖସିଲା ସୁନା, ରୁପା ଦର। ଲଗାତାର ବଢୁଥିବା ସୁନା ଆଉ ରୁପା ଦାମ ଭିତରେ, ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର। ଶୁକ୍ରବାର ବଜାର ଖୋଲିବା ପରେ ସୁନା ଆଉ ରୁପା ଦାମ କମ ହୋଇଛି। ଗତକାଲି ଦିନକରେ ୧୧ ହଜାର ଟଙ୍କା ବଢ଼ିଥିଲା ସୁନା ଦର

୨୪ କ୍ୟାରେଟ୍‌ ସୁନା ଦର ୮ ହଜାର ୨୩୦ କମିଲା । ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୭୦ ହଜାର ୬୨୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍‌ ସୁନା ଦର ୭ ହଜାର ୫୫୦ କମିଲା । ୧୦ ଗ୍ରାମ ୨୨ କ୍ୟାରେଟ ସୁନାର ମୂଲ୍ୟ ଗତକାଲି ୧,୬୩,୯୫୦ ଥିଲା, ଯାହା ଆଜି ୧,୫୬,୪୦୦ ହୋଇଛି। ଏହି ସମୟ ମଧ୍ୟରେ ୧୮ କ୍ୟାରେଟ ସୁନାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ୧୦ ଗ୍ରାମ ୧୮ କ୍ୟାରେଟ ସୁନାର ମୂଲ୍ୟ ଗତକାଲି ୧,୩୪,୧୪୦ ତୁଳନାରେ ଆଜି ୧,୨୭,୯୭୦ ହୋଇଛି। ଏହା ୬ ହଜାର ୧୭୦ ଟଙ୍କା ସିଧାସଳଖ ହ୍ରାସ ପାଇଛି।

ସେହିପରି ରୁପା ଦର କେଜି ପିଛା ୧୦ ହଜାର ଟଙ୍କା ହ୍ରାସ ପାଇଲା । ରୁପା ଦର କେଜି ପିଛା ରହିଛି ୪ ଲକ୍ଷ ୧୫ ହଜାର ଟଙ୍କା ।

ଆଜି ଚେନ୍ନାଇ, ହାଇଦ୍ରାବାଦ, କେରଳ, ମଦୁରାଇ, ବିଜୟୱାଡା, ଭୁବନେଶ୍ୱର, କଟକ ଏବଂ ବିଶାଖାପାଟଣାରେ ରୂପା ମୂଲ୍ୟ ପ୍ରତି କିଲୋଗ୍ରାମ ୪୧୫,୦୦୦। ଏହି ସହରଗୁଡ଼ିକରେ ୧୦ ଏବଂ ୧୦୦ ଗ୍ରାମ ରୂପାର ମୂଲ୍ୟ ଯଥାକ୍ରମେ ୪,୧୫୦ ଏବଂ ୪୧,୫୦୦।

ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୫୬,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୭୦,୬୨୦ ଟଙ୍କା ରହିଛି। ଏ-ବଂ ୧୮ କ୍ୟାରେଟ୍ ର ରେଟ୍ ୧,୨୭,୯୭୦ ଟଙ୍କା ରହିଛି। ୨୨ ,୨୪ ଓ ୧୮ କ୍ୟାରେଟ୍-ରେ ଦରରେ ୭,୫୫୦,୮,୨୩୦ ଏବଂ ୬,୧୭୦  ଟଙ୍କା ହ୍ରାସ ହୋଇଛି। ଏବଂ ରୂପା କେଜି ପିଛା ୧୦,୦୦୦ ହ୍ରାସ ହୋଇ ଦର ୪,୧୫,୦୦୦ ଟଙ୍କାରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *