ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ସୁନା, ରୁପା ଏବଂ ପ୍ଲାଟିନମରୁ ୬ ପ୍ରତିଶତ କଷ୍ଟମ ଡ୍ୟୁଟି କମିବା ପରେ ସାଢ଼େ ୩ ହଜାର ଟଙ୍କା କମିଛି ସୁନା ଦର । ୧୦ ଗ୍ରାମ ପିଛା ସାଢ଼େ ୩ ହଜାର ଟଙ୍କା ହ୍ରାସ ପାଇଥିବା ସୂଚନା । ୨୨ କ୍ୟାରେଟ ସୁନା ଦାମ୍‌ ୧୦ ଗ୍ରାମ ପ୍ରତି ୬୭,୫୦୦ରୁ କମି ଏବେ ୬୪ ହଜାର ହୋଇଛି । ପୂର୍ବରୁ ରୁପା କିଲୋ ୯୫ ହଜାର ଥିବା ବେଳେ ଏବେ ୯୦ ହଜାର ହୋଇଛି ।

ବଜେଟ ୨୦୨୪ ଉପସ୍ଥାପନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୁନା, ରୁପା ଏବଂ ପ୍ଲାଟିନମ ଉପରୁ ସୀମା ଶୁଳ୍କ ଛାଡ ହେବାକୁ ଘୋଷଣା କରିଛନ୍ତି । ସୁନା ରୁପାରୁ ସୀମା ଶୁଳ୍କ ୬ ପ୍ରତିଶତ ଏବଂ ପ୍ଲାଟିନମରୁ ୬.୫ ପ୍ରତିଶତ ଛାଡ ହେବ । ସରକାରଙ୍କ ଘୋଷଣା ପରେ ଦେଶରେ ସୁନା, ରୁପା ସହିତ ବହୁମୂଲ୍ୟ ଧାତୁ କମ୍‌ ହେବ ।

Leave a Reply

Your email address will not be published. Required fields are marked *